ଧନତେରସରେ ମାତ୍ର ୨୧ ଟଙ୍କାରେ ଘରକୁ ଆଣନ୍ତୁ ଏହି ଜିନିଷ, ମା’ ଲକ୍ଷ୍ମୀଙ୍କର ପଡିବ କୃପା ଦୃଷ୍ଟି

Published By : Prameya-News7 Bureau | October 29, 2024 IST

ନୂଆଦିଲ୍ଲୀ ୨୯।୧୦: ୨୯ ଅକ୍ଟୋବର ଅର୍ଥାତ୍‌ ମଙ୍ଗଳବାର ଧନତେରସ । ଏହି ଦିନକୁ ଧୁମ୍‌ଧାମ୍‌ କରାଯାଏ ପାଳନ । ଏହି ଦିନ ଲୋକମାନେ ସୁନା ଓ ରୂପା କିଣନ୍ତି, ଯାହାଦ୍ୱାରା ସେମାନଙ୍କୁ ଧନ ଲାଭ ହେବ । ଏହି ଦିନ ସୁନା ଓ ରୂପା କିଣିବା ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ଅନେକ ଲୋକଙ୍କ ପକ୍ଷେ ଏସବୁ କିଣିବା ସମ୍ଭବ ନୁହେଁ । କମ୍‌ ଦାମ୍‌ରେ ଏପରି ୫ ଜିନିଷ ବିଷୟରେ ଜାଣନ୍ତୁ, ଯେଉଁଥିରେ ମା’ ଲକ୍ଷ୍ମୀ ଏବଂ ପ୍ରଭୁ କୁବେର କୃପା କରିବେ । 

ମାତ୍ର ୨୧ ଟଙ୍କାରେ ଏହି ପାଞ୍ଚଟି ଉପାଦାନକୁ କିଣି ମା ଲକ୍ଷ୍ମୀ ଏବଂ ପ୍ରଭୁ କୁବେରଙ୍କୁ ପୂଜା କରନ୍ତି ତେବେ ଏହା ଶୁଭ ହୋଇଥାଏ । ମା ଲକ୍ଷ୍ମୀ ଏବଂ ପ୍ରଭୁ କୁବେର ଏଥିରେ ସନ୍ତୁଷ୍ଟ ହେବା ସହ ଘରେ ବାସ କରିଥାନ୍ତି ।  ଧନତେରସ ଦିନର ଶୁଭ ସମୟରେ ପାନ ପତ୍ର, ହଳଦୀ, ଧନିଆ, ସୁପାରୀ ଏବଂ ସାକର ପୂଜା କରନ୍ତୁ । ଏପରି କରିବା ଦ୍ବାରା  ଘରର ଆର୍ଥିକ ସମସ୍ୟା ଦୂର ହବା ସହ ଧନ ବୃଦ୍ଧି ପାଇବ। 

ଏହାବ୍ୟତୀତ ଘରେ ଘିଅ ଦୀପ ଯେତେ ଜାଳି ପାରିବେ ସେତେ ଶୁଭ ହୋଇଥାଏ । ଘରର ସବୁ ସ୍ଥାନରେ ପରିସ୍କାର ପରିଚ୍ଛନତା ରହିବା ଦ୍ବାରା ମା ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ଘରେ ପଡିଥାଏ ।  ଧନତେରସର ଶୁଭ ମୂହୁର୍ତ୍ତ ସକାଳ ୧୦.୩୦ରୁ ଆରମ୍ଭ ହୋଇ ୩୦ ତାରିଖ ଅପରାହ୍ନ ୦୧.୧୫ ପର୍ଯ୍ୟନ୍ତ ରହିଛି । ଏହି ଦିନ “ଓମ୍ ହିମ୍‌ କୁବେରାୟ ନମଃ” ଜପ କରନ୍ତୁ । ଏହାପରେ “ଧନନ୍ବରୀ ସ୍ତ୍ରୋତ” ଜାପ କରନ୍ତୁ । ଏହା ଶୁଭ ଫଳପ୍ରଦ ଦେଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.