ଅମ୍ବାନୀ, ଆଦାନୀ, କି ଟାଟା ନୁହଁନ୍ତି, ଏହି ଭାରତୀୟଙ୍କ ପାଖରେ ଅଛି ଦୁନିଆର ସବୁଠାରୁ ମହଙ୍ଗା ସାର୍ଟ

Published By : Prameya-News7 Bureau | September 06, 2024 IST

ନୂଆଦିଲ୍ଲୀ ୦୬।୦୯: ଶୌକ୍‌ ଏବଂ ଖ୍ୟାତି ପାଇଁ  ଜଣେ ମଣିଷ କିଛି ବି କରିପାରେ । କିଛି ଲୋକ ଏପରି କିଛି କାମ କରନ୍ତି, ଯାହା ପରେ ତାଙ୍କ ନାଁ ଇତିହାସରେ ରହିଯାଏ । ସାରା ବିଶ୍ବରେ ଏପରି ଅନେକ ଅଛନ୍ତି । କିନ୍ତୁ ଏପରି ଜଣେ ଅନନ୍ୟ ବ୍ୟକ୍ତି ଅଛନ୍ତି ଯିଏକି କୌଣସି କର୍ପୋରେଟ ବ୍ୟବସାୟ ଜରିଆରେ ନୁହେଁ, ବରଂ ନିଜ ସାର୍ଟରୁ ହୋଇଛନ୍ତି ପରିଚିତ । ବ୍ୟକ୍ତି ଜଣକ ନା ତ ମୁକେଶ ଅମ୍ବାନୀ ପରି ବଡ ବ୍ୟବସାୟୀ ନା ହିଁ ଗୌତମ ଆଦାନୀଙ୍କ ପରି ଧନକୁବେର ।

ଦୁନିଆର ସବୁଠାରୁ ମହଙ୍ଗା ସାର୍ଟ ପିନ୍ଧି ତିଆରି କରିଛନ୍ତି ନିଜର ଅନନ୍ୟ ପରିଚୟ । ତାଙ୍କ ନାଁ ହେଉଛି ପଙ୍କଜ ପାରେଖ । ପେଶାରେ ସେ ଜଣେ ବ୍ୟବସାୟୀ ଏବଂ ରାଜନେତା । ପଙ୍କଜ ମୂଳତଃ ମହାରାଷ୍ଟ୍ରର ବାସିନ୍ଧା । ପଙ୍କଜ ନିଜ ଶାର୍ଟ ପାଇଁ ଭାରତ ନୁହଁ ବରଂ ସାରା ଦୁନିଆରେ ପରିଚିତ । ସେ ସାରା ବିଶ୍ବରେ ‘ଦ ମ୍ୟାନ ଓ୍ବିଥ୍‌ ଦ ଗୋଲ୍ଡେନ ଶର୍ଟ’  ଭାବେ ପରିଚିତ । ପଙ୍କଜଙ୍କ ଗୋଟିଏ ସାର୍ଟର ଦାମ୍‌ରେ ଅନେକ ଘର କିଣିବା ପାଇଁ ଯଥେଷ୍ଟ ।  ମହାରାଷ୍ଟ୍ରର ବିଜନେସ୍‌ମ୍ୟାନ୍‌ ପଙ୍କଜ ପାରେଖ ଦୁନିଆର ସବୁଠାରୁ ମହଙ୍ଗା ସାର୍ଟର ମାଲିକ ଅଟନ୍ତି । ଏହି ସାର୍ଟ ପିନ୍ଧି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡ ନିଜ ନାଁରେ କରିଛନ୍ତି ।

ବାସ୍ତବରେ ପଙ୍କଜଙ୍କ ସାର୍ଟ ପୁରା ଶୁଦ୍ଧ ସୁନାରେ ତିଆରି ହୋଇଛି । ୪ କିଲୋ ୧୦ ଗ୍ରାମରୁ ଅଧିକ ସୁନା ଏହି ସାର୍ଟରେ ଲାଗିଛି । ୧ ଅଗଷ୍ଟ ୨୦୧୪ରେ ଏହି ଚମକପ୍ରଦ ସାର୍ଟର ଦାମ୍‌ ୯୮ ଲକ୍ଷ ୩୫ ହଜାର ୯୯ ଟଙ୍କା ଥିଲା । କିନ୍ତୁ ବଢୁଥିବା ସୁନାର ଦାମ୍‌ ଅନୁଯାୟୀ ଏହାର ଦାମ୍‌ ପାଖାପାଖି ୨ କୋଟି ଟଙ୍କା ।  ଏଥିରେ ସହଜରେ କିଣିହେବ ଅନେକ ଘର । 

ପଙ୍କଜ କୌଣସି ସାଧାରଣ ଉଦ୍ୟୋଗପତି ନୁହଁନ୍ତି । ପଙ୍କଜ ପାରେଖଙ୍କ ଲୋକପ୍ରିୟତା ଯାତ୍ରା ବିଳାସପୂର୍ଣ୍ଣ ଦୁନିଆଠାରୁ ବହୁ ଦୂରରେ ଆରମ୍ଭ ହୋଇଥିଲା । ମହାରାଷ୍ଟ୍ରର ପଙ୍କଜ କମ୍‌ ବୟସରେ ସ୍କୁଲ୍‌ ଛାଡି ଦେଇଥିଲେ ଏବଂ ଗାରମେଣ୍ଟ ଫେବ୍ରିକେଶନ ବିଜନେସ୍‌ରେ ପାଦ ରଖିଥିଲେ । ଏହି ବ୍ୟବସାୟ ଚମକାଇ ଦେଇଥିଲା ପଙ୍କଜଙ୍କ ଭାଗ୍ୟ । ଏତିକିରେ ତାଙ୍କ ମହତ୍ବକାକ୍ଷୀ ଇଚ୍ଛା ଅଟକିନଥିଲା । ନିଜ ବ୍ୟବସାୟିକ ଉପଲବ୍ଧି ସହିତ ପାରେଖ ଶରଦ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏନସିପିକୁ ଜଏନ କରିଥିଲେ । ଏଠାରୁ ହିଁ ସେ ରାଜନୀତିରେ ପାଦ ରଖିଥିଲେ ।

ଯେଉଁଠାରେ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ଔଦଗିକ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସେଠାରେ ପାରେଖ ନିଜ ଅନନ୍ୟ ଶୌକ ପାଇଁ ଇତିହାସରେ ବନାଇଛନ୍ତି ନିଜ ନାଁ । ତାଙ୍କର ସୁନାର ସାର୍ଟ ତାଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଇଛି ଖ୍ୟାତି । ଏହା କେବଳ ସାର୍ଟ ନୁହେଁ, ବରଂ ଏକଥାର ପ୍ରମାଣ ଯେ ଉତ୍ସାହ ଏବଂ ଦୃଢତା ସୁନା ପରି ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.