ଏହି ପାକିସ୍ତାନୀ ଡ୍ରାମା ନାଁ’ରେ ‘ରାମ୍‌ଲୀଲା’ର ସିନ୍ ଚୋରି ଅଭିଯୋଗ, ଜାଣନ୍ତୁ କ’ଣ କହିଲେ ନେଟିଜେନ୍ସ

Published By : Prameya-News7 Bureau | May 01, 2025 IST

ମୁମ୍ଵାଇ ୦୧।୦୫; ପହଲଗାମ ଆକ୍ରମଣ ଯୋଗୁଁ ଜମ୍ମୁ-କାଶ୍ମୀର ସୀମାରେ ଉତ୍ତେଜନା ଲାଗି ରହିଛି। ସରକାର ପାକିସ୍ତାନ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ, ସୋସିଆଲ ମିଡିଆରେ ଓ ବଲିଉଡରେ ପାକିସ୍ତାନୀ କଳାକାରଙ୍କୁ ନିଷିଦ୍ଧ କରିବା ପାଇଁ ଦାବି ହେଉଛି । ଏବେ ସିନେମା ସହ ଜଡିତ ଆଉ ଏକ ବିବାଦ ଦେଖାଦେଇଛି । ଏହି ବିବାଦ ଏକ ପାକିସ୍ତାନୀ ଡ୍ରାମାକୁ ନେଇ ହୋଇଛି। ଏହାର ଏକ ସିନ୍ ଉପରେ ରାମଲୀଲାରୁ ଦୀପିକା ରଣବୀରଙ୍କ ସିନ୍ ଚୋରି କରିବା ଅଭିଯୋଗ ହୋଇଛି ।

ଏହି ପାକିସ୍ତାନୀ ଡ୍ରାମା 'ରାମଲୀଲା'ର ସିନ ଚୋରି ଅଭିଯୋଗ

କିଛି ଦିନ ପୂର୍ବେ ରିଲିଜ୍ ହୋଇଥିବା ପାକିସ୍ତାନୀ ଡ୍ରାମା 'ଶେର୍'ର ଟିଜର ସୋସିଆଲ ମିଡିଆରେ ଏକ ବିବାଦ ସୃଷ୍ଟି କରିଛି । ଅନେକ ପ୍ରଶଂସକ ଏବଂ ସମାଲୋଚକ ସଞ୍ଜୟ ଲୀଲା ବନସାଲିଙ୍କ ୨୦୧୩ ଫିଲ୍ମ 'ରାମ ଲୀଲା'ର ଏକ ପ୍ରତୀକାତ୍ମକ ସିନ ସହ ସମାନତା ଦର୍ଶାଇଥିଲେ। ଏହି ସିନରେ, ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଚରିତ୍ରମାନେ ବନ୍ଧୁକ ଧରି ପରସ୍ପର ସାମ୍ନାରେ ଠିଆ ହୋଇଛନ୍ତି । ଦୁହେଁ ପରସ୍ପରକୁ ଭଲ ପାଆନ୍ତି କିନ୍ତୁ ସେମାନଙ୍କ ପରିବାର ପରସ୍ପରର ଶତ୍ରୁ । 'ଶେର୍'ରେ ମଧ୍ୟ ସମାନ ଏକ ସିନ ଅଛି, ଯେଉଁଥିରେ ଅଭିନେତା ଦାନିଶ୍ ଏବଂ ସାରା ଖାନ ବନ୍ଧୁକ ଧରି ପରସ୍ପର ସାମ୍ନାରେ ଛିଡା ହୋଇଛନ୍ତି ।

ନେଟିଜେନ୍ସଙ୍କ ପ୍ରତିକ୍ରିୟା

୪୯ ସେକେଣ୍ଡର ଟିଜରରେ, ଦାନିଶ ଏବଂ ସାରା ବନ୍ଧୁକ ଧରି ଭୟ ବିନା ପରସ୍ପର ସାମ୍ନାରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି କିନ୍ତୁ ସେମାନଙ୍କ ଆଖିରେ ସେମାନଙ୍କ ପ୍ରେମ ସ୍ପଷ୍ଟ ଭାବରେ ଦେଖାଯାଉଛି। ଶେଷରେ, ଦୁହେଁ ବନ୍ଧୁକ ଚଳାଇ ଦିଅନ୍ତି । ଏହି ସିନଟି ଠିକ୍ ରାମଲୀଲା ପରି । ସେଥିପାଇଁ ନେଟିଜେନମାନେ ଏହି ସିନକୁ ଚୋରି ବୋଲି ଅଭିଯୋଗ କରୁଛନ୍ତି । ଶେରର ନିର୍ମାତାମାନେ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହାଁନ୍ତି । ଅଭିନେତାମାନେ ମଧ୍ୟ ବିବାଦ ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.