ମୁମ୍ବାଇ ୨।୫: ମହାରାଷ୍ଟ୍ର ସାଇବର ସେଲ ‘ଉଲ୍ଲୁ’ ଆପର ବିବାଦୀୟ ସୋ ‘ହାଉସ ଆରେଷ୍ଟ’କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ମହାରାଷ୍ଟ୍ର ସାଇବର ସେଲ ମୁଖ୍ୟ ୟଶସ୍ୱୀ ଯାଦବ କହିଛନ୍ତି ଯେ ସୋ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏ ସମ୍ପର୍କିତ ଡାଟା ପ୍ରିଜର୍ଭ କରିବାକୁ କୁହାଯାଇଛି। ସେ କହିଛନ୍ତି ଯେ ଯଦି ଏହା ବିରୋଧରେ କୌଣସି ଅଭିଯୋଗ ହୁଏ ତେବେ ସୋ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ମହାରାଷ୍ଟ୍ର ସାଇବର ସେଲ ମୁଖ୍ୟ କହିଛନ୍ତି ଯେ ସାମ୍ବାଦିକ ଓ ଅନ୍ୟ ସୂତ୍ରରୁ ଆମକୁ ମିଳିଥିବା ସୂଚନା ଅନୁସାରେ ଆମେ ତୁରନ୍ତ ସୋ ବନ୍ଦ କରିବା ପାଇଁ ଇନଷ୍ଟ୍ରକ୍ସନ ଦେଇଛୁ। ଆମ ନିର୍ଦ୍ଦେଶ ପରେ ସେମାନେ ସୋ ବନ୍ଦ କରିଦେଇଛନ୍ତି। ଏଥିରେ ଯଦି କେହି ସୋ ବିରୋଧରେ ଅଭିଯୋଗ କରନ୍ତି ତେବେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିବୁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
Mumbai: On actor Ajaz Khan’s reality show ‘House Arrest' row, Maharashtra Cyber Cell Chief Yashasvi Yadav says, "We received information from journalists and other sources. We have instructed them to immediately shut down the show and preserve all the data. As soon as we received… pic.twitter.com/yEvrKB6i2R
— IANS (@ians_india) May 2, 2025
ଏହି ସୋ କୁ ଏଜାଜ ଖାନ ହୋଷ୍ଟ କରୁଥିଲେ। ନିକଟରେ ସୋର ଏକ ଅଧ୍ୟାୟରେ କଣ୍ଟେଷ୍ଟାଣ୍ଟ ଯୁବତୀମାନଙ୍କ ପୋଷାକ ଖୋଲା ଯାଇଥିଲା ଓ ସେମାନଙ୍କୁ ଅଲଗା ଅଲଗା ପୋଜିସନ ଦେଖାଇବାକୁ କୁହାଯାଇଥିଲା। ଏହା ପରଠାରୁ ସୋର ସମାଲୋଚନା ଆରମ୍ଭ ହୋଇଥିଲା ଓ ସୋ କୁ ବ୍ୟାନ କରିବା ଦାବି ତୀବ୍ର ହେବାରେ ଲାଗିଥିଲା। ଉଲ୍ଲେଖଯୋଗ୍ୟ ଯେ ଜାତୀୟ ମହିଳା ଆୟୋଗ ଉଲ୍ଲୁ ଆପକୁ ଅସଭ୍ୟ ଓ ଅଶ୍ଳୀଳ ସାମଗ୍ରୀ ଦେଖାଇବା ପାଇଁ ସମନ କରିଛନ୍ତି।
ଉଲ୍ଲୁ ଆପ ସିଇଓ ବିଭୁ ଅଗ୍ରୱାଲ ଓ ସଞ୍ଚାଳକ ଏଜାଜ ଖାନଙ୍କୁ ମେ ୯ ତାରିଖ ଦିନ ଜାତୀୟ ମହିଳା ଆୟୋଗରେ ହାଜର ହେବାକୁ ପଡିବ। ଏପଟେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ‘ଏହି ଆପକୁ କାହିଁକି ବ୍ୟାନ କରାଯାଉ ନାହିଁ’ ବୋଲି ପ୍ରଶ୍ନ କରିଛନ୍ତି। ସେ ସୋର ଏକ କ୍ଲିପ୍ ସେୟାର କରି ଲେଖିଛନ୍ତି ଯେ ‘ଯେବେ ୧୮ଟି ଓଟିଟି ପ୍ଲାଟଫର୍ମ ବ୍ଲକ୍ କରାଯାଇଛି ଏଥିରେ ଉଲ୍ଲୁ ଆପ ଓ ଅଲ୍ଟ ବାଲାଜୀ ଆପ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ କାହିଁକି?’ ଏହା ଛଡା ବିଜେପି ବିଧାୟକ ଚିତ୍ରା ବାଘ ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି।