ପୋଲିସ ଉପରକୁ ଗୋଡେଇ ଗୋଡେଇ ପଥର ମାଡ଼ : ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 08, 2025 IST

ଆଠଗଡ଼ ୮ପୋଲିସ ଉପରକୁ ଗୋଡେଇ ଗୋଡେଇ ପଥର ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ତିଗିରିଆ ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୨୦୨୪ ମସିହା ଜୁନ୍ ୧୬ ତାରିଖରେ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁରରେ ଟ୍ରେଲର ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ ଘଟଣାର ତଦନ୍ତ କରିବା ପାଇଁ ଯାଇଥିଲା ପୋଲିସ । ସେହି ସମୟରେ ପୋଲିସ ଉପରକୁ ପଥର ମାଡ଼ କରିବା ସହିତ ମାଡ଼ ମାରିବା ସହ ପୋଲିସ ଗାଡିକୁ ବି ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ୧୨ରୁ ଉର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ୩ ଜଣ ଅଭିଯୁକ୍ତଙ୍କୁ ବିନ୍ଧାଣିମା ଗାଁରୁ ଗିରଫ କରିଛି ତିଗିରିଆ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଦିଲ୍ଲୀପ କୁମାର ସାହୁ, ବିକାଶ କୁମାର ସାହୁ ଓ ଜଗବନ୍ଧୁ ସାହୁଙ୍କୁ କୋର୍ଟ ଚାଲାଣ କରିଥିବା ତିଗିରିଆ ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି ।

You Can Read:

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରୀ ଜାରି, ୧୦ ତାରିଖ ସନ୍ଧ୍ୟାରୁ ଲାଗୁ ହେବ କଟକଣା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.