ସୁନ୍ଦରଗଡ ୨୨।୪: ବିଳମ୍ବିତ ରାତିରେ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଜଙ୍ଗଲକୁ ଟେକି ନେଇଗଲେ ଦୁର୍ବୃତ୍ତ । ଆଉ ତାପରେ ଗୋଟିଏ ପରେ ଗୋଟିଏ କରିଚାଲିଥିଲେ ଦୁଷ୍କର୍ମ । ଏହି ଘଟଣାରେ ପୋଲିସ ପ୍ରଥମେ ଚାରି ଜଣକୁ ଅଟକ ରଖି ପଚରାଉଚରା କରିବା ପରେ ତିନି ଜଣକୁ ଗିରଫ କରିଛି ପୋଲିସ । ସୁନ୍ଦରଗଡ ତଲସରା ଥାନା ଅନ୍ତର୍ଗତ କୁରେଇ ଗ୍ରାମର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ତିନି ଜଣ ସାଙ୍ଗ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ବାଟରେ ଏକ ବୋଲେରୋରେ ତିନିରୁ ଚାରି ଜଣ ଦୁର୍ବୃତ୍ତ ଆସିଥି ତିନି ଜଣ ନାବାଳିକାଙ୍କୁ ଟଣା ଓଟରା କରିଥିଲେ । ସେଥିରୁ ଦୁଇ ଜଣ ନାବାଳିକା ଦୌଡ଼ି ପଳାଇଥିବା ବେଳେ ଜଣେ ନାବାଳିକାକୁ ଟେକି ନେଇ ଏକ ଜଙ୍ଗଲରେ ଗଣଦୁଷ୍କର୍ମ କରି ଛାଡିଦେଇ ଥିଲେ । ଏହାପରେ ନାବାଳିକା ତଙ୍କ ଘରଲୋକଙ୍କୁ ସବୁକଥା କହିଥିଲେ । ଏହାପରେ ନାବାଳିକା ଓ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ କରିଥିଲା ଏହି ଘଟଣାରେ ପୋଲିସ ତିନି ଜଣକୁ ଗିରଫ କରିବା ସହ ଏଥିରେ ଆଉ କେଉଁମାନେ ଅଛନ୍ତି ତଦନ୍ତ କରୁଛି ।
You Can Read: