ଭୁବନେଶ୍ବର ୧।୧: ଡିଜି ପାହ୍ୟାକୁ ଗଲେ ୩ ଜଣ ଆଇପିଏସ୍ ଅଫିସର । ୩ ବରିଷ୍ଠ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୩ ବ୍ୟାଚ୍ର ୩ ଜଣ ଆଇପିଏସ୍ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ୍ ବିନୟତୋଷ ମିଶ୍ର, ଆଇପିଏସ୍ ଆର.ପି. କୋଚେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ ନାଥଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।
ମଙ୍ଗଳବାର ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର । ୩ ଜଣ ଆଇପିଏସ୍ ଅଫିସରଙ୍କୁ ଡିଆଇଜି ପାହ୍ୟା, ଆଉ ୩ ଜଣ ଆଇପିଏସ୍ଙ୍କୁ ଆଇଜି ପାହ୍ୟା ଓ ୨ ଜଣ ଆଇପିଏସ୍ଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଆଇପିଏସ୍ ୟତିନ୍ଦ୍ର କୋୟଲ, ଆଇପିଏସ୍ ପ୍ରତୀକ ମହାନ୍ତିଙ୍କୁ ଏଡ଼ିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଆଇପିଏସ୍ ପିନାକ ମିଶ୍ର, ଆଇପିଏସ୍ ବି. ଯୁଗୋଳ କିଶୋର କୁମାର, ଆଇପିଏସ୍ ବି. ଗଙ୍ଗାଧରଙ୍କୁ ଡ଼ିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଆଇପିଏସ୍ ଅବିନାଶ କୁମାର, ଆଇପିଏସ୍ ସାର୍ଥକ ଷଡ଼ଙ୍ଗୀ ଏବଂ ଆଇପିଏସ୍ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା ।
You Can Read:
ସମଲେଶ୍ବରୀ ଦର୍ଶନ କରିବାକୁ ଆସୁଥିବା ବେଳେ ଦୁର୍ଘଟଣା : ଗଛକୁ ପିଟିଲା ସ୍କର୍ପିଓ, ୭ ଗୁରୁତର