ଦେଶରେ ସ୍ୱାଭାବିକ ଠାରୁ କମିଛି ବର୍ଷା, ବର୍ଷକରେ ଡାଲି ୩୭% ମହଙ୍ଗା

Published By : Prameya-News7 Bureau | September 13, 2023 IST

ନୂଆଦିଲ୍ଲୀ ୧୩/୦୯: ଦେଶର ଅଧିକାଂଶ ରାଜ୍ୟରେ ଏଥର ବର୍ଷା ୧୫ରୁ ୨୫% କମ୍‌ ହୋଇଛି । ଏହା ପ୍ରଭାବରେ ଫସଲ ଅମଳ କମିବାର ଆଶଙ୍କା ଦେଖାଦେଇଛି । ଫଳରେ ଖାଦ୍ୟପେୟ ସାମଗ୍ରୀ ଦର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଡାଲି । ବର୍ଷକରେ ହରଡ଼ ଡାଲି ଦର ୩୭% ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।

ଯଦିଓ ଗତ କିଛି ସପ୍ତାହ ହେବ କେତେକ ରାଜ୍ୟରେ ଭଲ ବର୍ଷା ହେଉଛି ତଥାପି ଏହାଦ୍ୱାରା ସ୍ଥିତିରେ ସୁଧାର ଦୃଶ୍ୟମାନ ହେଉନାହିଁ । ବ୍ୟାଙ୍କ ଅଫ୍‌ ବରୋଦାର ସଦ୍ୟ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସ୍ଥିତିରେ ମୁଦ୍ରାସ୍ଫୀତିକୁ ୫.୫% ତଳେ ରଖିବା ଆର୍‌ବିଆଇ ପାଇଁ କଷ୍ଟକର ହେବ । ଚଳିତ ସିଜନ୍‌ରେ ଶସ୍ୟ ଉତ୍ପାଦନ ବଢ଼ିବ ବୋଲି ଅନୁମାନ କରାଯାଇଛି କିନ୍ତୁ ପାଣିପାଗ ଅନିଶ୍ଚିତତା ଯୋଗୁ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି ।

wp:embed {"url":"https://www.prameyanews7.com/china-cracks-down-on-cheap-steel/","type":"wp-embed","providerNameSlug":"prameya-news-7"}
https://www.prameyanews7.com/china-cracks-down-on-cheap-steel/
/wp:embed

ସୋୟାବିନ ସହିତ ଅନ୍ୟ ସମସ୍ତ ଖାଦ୍ୟଶସ୍ୟ ଦର ଦ୍ରୁତ ବେଗରେ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ଅଗଷ୍ଟ ୩୧ ସୁଦ୍ଧା ଚାଉଳ ଷ୍ଟକ୍‌ ୨.୪୩ କୋଟି ମେଟ୍ରିକ୍‌ଟନ୍‌ ଥିଲା । ଏହା ୨୦୧୮ ଅଗଷ୍ଟରୁ ସର୍ବନିମ୍ନ ସ୍ତର । ୨୦୨୨ ଅଗଷ୍ଟରେ ଷ୍ଟକ୍‌ ୨.୮ କୋଟି, ଅଗଷ୍ଟ ୨୦୨୧ରେ ୨.୯୧ କୋଟି, ଅଗଷ୍ଟ ୨୦୨୦ରେ ୨.୫୩ କୋଟି ଏବଂ ଅଗଷ୍ଟ ୨୦୧୯ରେ ୨.୭୫ କୋଟି ଟନ୍‌ ଥିଲା ।

କେନ୍ଦ୍ର ସରକାର ଦରକୁ ସ୍ଥିର ରଖିବା ପାଇଁ ଚାଉଳ, ଡାଲି ଏବଂ ଚିନି ରପ୍ତାନି ଉପରେ ରୋକ୍‌ ଲଗାଇଛନ୍ତି । ଡାଲି ଚାହିଦା ପୂରଣ କରିବା ପାଇଁ ଆମଦାନିକୁ ବଢ଼ାଇ ୨ ଗୁଣ କରି ଦିଆଯାଇଛି । ସରକାର ଖରିଫ୍‌ ଋତୁରେ ୧୬ କୋଟି ମେଟ୍ରିକ୍‌ ଟନ୍‌ ଶସ୍ୟ ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି । ତେବେ ଫସଲ କ୍ଷତି କମ୍‌ ରହିଲେ ଏହା ସମ୍ଭବ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.