ଭଦ୍ରକ ୨।୬: ଯାତ୍ରୀବାହୀ ବସ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ୧୬ନମ୍ୱର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ୧୬ ନମ୍ୱର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଛକ ନିକଟରେ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍ । ବସ୍ଟି ରାଉରକେଲାରୁ ଭଦ୍ରକ ଫେରୁଥିବା ବେଳେ ଧାମନଗର ଛକରେ ଯାତ୍ରୀଙ୍କୁ ଓହ୍ଲାଉଥିଲେ । ସେହି ସମୟରେ ପଛପଟୁ ଏକ ଟ୍ରକ୍ ବସ୍କୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଫଳରେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ଭାରସାମ୍ୟ ହରାଇ ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର