ୟୁକ୍ରେନରେ ସାଧାରଣ ନାଗରିକଙ୍କ ହତ୍ୟା ପ୍ରସଙ୍ଗ ପ୍ରଶ୍ନକୁ ଏଡାଇ ଗଲେ ପୁଟିନ, ହସିଲେ ଟ୍ରମ୍ପ...

Published By : Prameya-News7 Bureau | August 16, 2025 IST

ନୂଆଦିଲ୍ଲୀ ୧୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୈଠକଙ୍କୁ ନେଇ ଚର୍ଚ୍ଚା । ଆଲାସ୍କାରେ ଚାଲିଥିଲା ଲମ୍ୱା ମିଟିଂ । ତେବେ ଏହା ପୂର୍ବରୁ  ଆଙ୍କୋରେଜରେ ପୁଟିନ୍‌ଙ୍କୁ ସ୍ୱାଗତ କରିଥିଲେ ଟ୍ରମ୍ପ । ବହୁ ପ୍ରତୀକ୍ଷିତ ଶିଖର ସମ୍ମିଳନୀରେ ଲାଲ କାର୍ପେଟ ସହ ହୋଇଥିଲା ସ୍ୱାଗତ । ନେତାମାନେ ଭିତରକୁ ଯିବା ପୂର୍ବରୁ ଫଟୋଗ୍ରାଫରଙ୍କ ଦେଇଥିଲେ ପୋଜ୍ । 

ଫଟୋ ସେସନ ସମୟରେ ବାଟରେ ସାମ୍ବାଦିକମାନେ ପୁଟିନ୍‌ଙ୍କୁ ପ୍ରଶ୍ନ କରିଥିଲେ । ୟୁକ୍ରେନରେ ସାଧାରଣ ନାଗରିକ ହତ୍ୟା ପ୍ରସଙ୍ଗରେ ଋଷ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚରାଯାଇଥିଲା । ତେବେ ଏହି ପ୍ରସଙ୍ଗକୁ ଜାଣିଶୁଣି ଏଡ଼ାଇ ଯାଇଥିଲେ ପୁଟିନ୍ । ଯାହା ପରେ ଟ୍ରମ୍ପ ସେଠାରେ ଉପସ୍ଥିତ ରହି ହସିଥିଲେ । 

କଥା ସେତିକିରେ ସରନିଥିଲା । ବହୁ ପ୍ରତୀକ୍ଷିତ ବୈଠକ ବି ଚାୱଲିଥିଲା । ଭିଡିଓରେ ଦେଖାଯାଇଛି ଯେ,  ଜଣେ ସାମ୍ବାଦିକ ପୁଟିନ୍‌ଙ୍କୁ ପଚାରୁଛନ୍ତି ଯେ ୟୁକ୍ରେନରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବା କେବ ବନ୍ଦ କରିବ ଋଷ । ଏହି ପ୍ରଶ୍ନ ଋଷ ରାଷ୍ଟ୍ରପତିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ପ୍ରଶ୍ନଟି ଶୁଣି ନ ଶୁଣିବାର ଅଭିନୟ କରିଥିଲେ ପୁଟିନ୍ ।


ପରେ ଆଉ ଏକ ପ୍ରସଙ୍ଗରେ ଉତ୍ତର ନରଖି ଏଡ଼ାଇ ଯାଇଥିଲେ ପୁଟିନ୍ । ଯାହାକୁ ନେଇ ସେହି ସମୟରେ ଖୁବ୍ ହସିଥିଲେ ଟ୍ରମ୍ପ । ପୁଟିନଙ୍କୁ ଚାହିଁ ଟ୍ରମ୍ପ ତାଙ୍କ କିଛି ସମୟ ଧୀରେ ଧୀରେ କଥା ହେବା ସହ ପ୍ରତିପକ୍ଷଙ୍କ ପିଠିରେ ହାତ ରଖିଥିଲେ । ରାଷ୍ଟ୍ରପତି ଲିମୋଜିନ୍ "ଦି ବିଷ୍ଟ" ଆଡକୁ ମୁହଁ ବୁଲାଇ ବ୍ୟକ୍ତିଗତ ଆଲୋଚନା କରିଥିଲେ ।  

X ରେ, ନେଟିଜେନମାନେ ଟ୍ରମ୍ପଙ୍କ ପ୍ରତିକ୍ରିୟା ଓପୁଟିନଙ୍କ ପାଇଁ ବିଛାଯାଇଥିବା ରେଡ୍ କାର୍ପେଟ୍ ଉପରୋ ଆଲୋଚନା କରିଥିଲେ । ଜଣେ ବ୍ୟବହାରକାରୀ, ଆଲୋଚନାର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, "ଏହାକୁ ଆମେରିକାର ରାଷ୍ଟ୍ରପତି ଇତିହାସର ସବୁଠାରୁ ଅପମାନଜନକ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ଭାବରେ ମନେ ରଖାଯିବ । ଜଣେ ଯୁଦ୍ଧ ଅପରାଧୀ ପାଇଁ ରେଡ କାର୍ପେଟ ବିଛାଇବା କେତଦୂର ଯୁକ୍ତିଯୁକ୍ତ । 


ସମ୍ମିଳନୀ ସ୍ଥଳରେ ଶିଖର ସମ୍ମିଳନୀର ବ୍ୟାନରେ ତଳେ "ଶାନ୍ତି ପାଇଁ ପ୍ରୟାସ" ବେଳେ ଦୁି ଜଣେ ପ୍ରେସ ପୋଜ ଦେଇ ଫଟୋ ଦେଇଥିଲେ । ସେମାନଙ୍କ ପ୍ରତିନିଧିମଣ୍ଡଳ ସହିତ ସାମ୍ବାଦିକଙ୍କ ସାମ୍ନା କରିଥିଲେ। ସେଠାରେ, ପୁଟିନଙ୍କୁ ୟୁକ୍ରେନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ବିଷୟରେ ପୁଣି ଥରେ ଚାପ ଦିଆଯାଇଥିଲା, ଯାହା ଫଳରେ ଟ୍ରମ୍ପ ହଠାତ୍ ସାମ୍ବାଦିକମାନଙ୍କୁ "ଧନ୍ୟବାଦ" ଦେଇ ସମାପ୍ତ କରିଥିଲେ। 

ୟୁକ୍ରେନରେ ଯୁଦ୍ଧ ପାଖାପାଖି ତୃତୀୟ ବର୍ଷ ହେବାକୁ ଥିବାବେଳେ ଆଲାସ୍କାରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଯୁଦ୍ଧ ପରଠାରୁ ଆମେରିକା-ରୁଷ ମଧ୍ୟରେ ଉତ୍ତେଜନା ସର୍ବାଧିକ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.