ଫିଟିକିରୀ ପାଣିରେ ଗାଧାନ୍ତୁ, ମିଳିବ ଏହି ୬ଟି ଫାଇଦା

Published By : Prameya-News7 Bureau | May 31, 2025 IST

ଭୁବନେଶ୍ବର ୩୧।୦୫: ବର୍ତ୍ତମାନ ସମସ୍ତେ ଚମକଦାର ଏବଂ ସୁସ୍ଥ ତ୍ୱଚା ପାଇବା ପାଇଁ ମହଙ୍ଗା ସ୍କିନକେୟାରର ସାହାଯ୍ୟ ନେଉଛନ୍ତି । କିନ୍ତୁ ଜାଣନ୍ତି ଯେ ଘରେ ରହିଥିବା ଫିଟିକିରୀ ଆପଣଙ୍କୁ ଚର୍ମକୁ ସୁନ୍ଦର କରିପାରିବ। ଫିଟିକିରୀ ପାଣିରେ ଗାଧୋଇବା ଦ୍ୱାରା ମିଳିଥାଏ ଏହି ଲାଭ । ଆସନ୍ତୁ ଜାଣିବା… 

ଫିଟିକିରୀରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଝାଳର ଗନ୍ଧକୁ ଦୂର କରିଥାଏ। ପ୍ରତିଦିନ ଫିଟିକିରୀ ପାଣିରେ ଗାଧୋଇବା ଦ୍ୱାରା ଶରୀରରୁ ଆସୁଥିବା ଦୁର୍ଗନ୍ଧ ଧୀରେ ଧୀରେ ଦୂର ହୋଇଯାଏ।

ଯଦି ଆପଣଙ୍କର ଫଙ୍ଗାଲ୍ ସଂକ୍ରମଣ, ଫୋଟକା କିମ୍ବା କୁଣ୍ଡାଇ ହେବାର ସମସ୍ୟା ଅଛି, ତେବେ ଫିଟିକିରୀ ପାଣି ଆରାମ ଦେଇପାରେ । ଏହା ତ୍ୱଚାକୁ ସମ୍ପୂର୍ଣ୍ଣ ସଫା କରେ।

ଫିଟିକିରୀ ମୃତ ତ୍ୱଚା କୋଷିକାଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ। ଏହା ଆପଣଙ୍କ ତ୍ୱଚାକୁ ସଫା, କୋମଳ ଏବଂ ଚମକଦାର କରିଥାଏ ।

ଫିଟିକିରୀରେ ଥିବା ପ୍ରାକୃତିକ ଉପାଦାନ ବ୍ରଣକୁ ଶୁଖାଇବା ଏବଂ ମୁହଁର ଦାଗକୁ ହାଲୁକା କରିବାରେ ସାହାଯ୍ୟ କରେ । ଏହା ଚର୍ମକୁ ଭିତରୁ ସଫା କରେ।

ଗ୍ରୀଷ୍ମ ଋତୁରେ କିମ୍ବା କୌଣସି ଆଲର୍ଜି ଯୋଗୁଁ ହେଉଥିବା କୁଣ୍ଡାଇ ଏବଂ ଜଳାପୋଡ଼ାରୁ ମୁକ୍ତି ପାଇବାରେ ବହୁତ ପ୍ରଭାବଶାଳୀ ଫିଟିକିରୀ ପାଣି । ଏହାର ଥଣ୍ଡା ପ୍ରଭାବ ଚର୍ମକୁ ଆରାମ ଦିଏ। ଫିଟିକିରୀ ଚର୍ମକୁ ଟାଣ ଏବଂ ସତେଜ ରଖିବାରେ ସାହାଯ୍ୟ କରେ । ଏହାର ପ୍ରଭାବ ଏକ ପ୍ରାକୃତିକ ଟୋନର ପରି କରିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.