ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ତୁର୍କୀର ଏନଜିଓ; ଓଡ଼ିଶା, ବିହାରକୁ ଦର୍ଶାଇଲା ଗ୍ରେଟର ବାଂଲାଦେଶର ଅଂଶ

Published By : Prameya-News7 Bureau | May 18, 2025 IST

ନୂଆଦିଲ୍ଲୀ: ଭାରତ ବିରୋଧରେ ବିଷ ଓଗାଳୁଛି  ତୁର୍କୀ । ପାକିସ୍ତାନକୁ ସମର୍ଥନ କରି ପଛରୁ ଛୁରି ମାରିଥିବା ଦେଶ ଏବେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି । ତୁର୍କୀ ସମର୍ଥିତ ଏକ ଏନଜିଓ ସଂସ୍ଥା ନିରନ୍ତର ଭାବେ ଇସଲାମିକ୍ ଚିନ୍ତାଧାରା ପ୍ରଚାର କରୁଛି । ସଲତନତ-ଏ-ବାଂଲା ନାମକ ଏକ ବ୍ୟାନର ବାଂଲାଦେଶର ଐତିହ୍ୟ ପ୍ରଚାର କରୁଛି । ଏଥିରେ ଏକ  ମାନଚିତ୍ର ପ୍ରକାଶିତ କରିଛି, ଯେଉଁଥିରେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଭାରତର ସମଗ୍ର ଉତ୍ତର-ପୂର୍ବ ରାଜ୍ୟକୁ ଗ୍ରେଟର ବାଂଲାଦେଶ ଅଂଶ ଭାବରେ ଦର୍ଶାଯାଇଛି ।

ଦି ଇକୋନୋମିକ୍ସ ଟାଇମ୍ସ ଅନୁଯାୟୀ, ତୁର୍କୀ ଭାରତ ଶତ୍ରୁ ଦେଶ ସହିତ ହାତ ମିଳାଇଛି । ବାଂଲାଦେଶକୁ ସମର୍ଥନ କରି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି । ଏହାର ଏକ ଏନଜିଓ ସଂସ୍ଥା ଢାକାରେ ସଲତନତ-ଏ-ବାଂଲା ନାମକ ବ୍ୟାନର ତଳେ ବାଂଲାଦେଶର ଗୁଣଗାନ କରୁଛି । ଖାଲି ଏତିକି ନୁହେଁ, ଏକ ମାନଚିତ୍ର ପ୍ରକାଶିତ କରିଛି, ଯେଉଁଥିରେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଭାରତର ସମଗ୍ର ଉତ୍ତର-ପୂର୍ବ ରାଜ୍ୟ ଓ ମିଆଁମାରର ଅରକାନ ଷ୍ଟେଟକୁ ଗ୍ରେଟର ବାଂଲାଦେଶ ଅଂଶ ଭାବରେ ଦର୍ଶାଯାଇଛି ।

ଗୁଇନ୍ଦା ସୂତ୍ରକୁ ମିଳିଥିବା ସୂଚନା ଅନୁଯାୟୀ, ତୁର୍କୀ ସମର୍ଥିତ ଏସଇଏମ୍ କେବଳ ଇସଲାମିକ୍ ଚିନ୍ତାଧାରାକୁ ପୁନର୍ଜୀବିତ କରୁନାହିଁ ବରଂ ବାଂଲାଦେଶର ଯୁବପିଢ଼ି, ବିଶେଷକରି ଛାତ୍ରମାନଙ୍କୁ, "ଗ୍ରେଟର ବାଂଲାଦେଶ"ର ଦୃଷ୍ଟିକୋଣକୁ ସମର୍ଥନ କରିବା ପାଇଁ ସକ୍ରିୟ ଭାବରେ ସଂଗଠିତ ତିଆରି କରୁଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.