ମାଆ ହେବେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ! ଫ୍ୟାନ୍ସଙ୍କୁ ଦେଲେ ଗୁଡ୍ନ୍ୟୁଜ୍

Published By : Prameya-News7 Bureau | June 27, 2025 IST

ମୁମ୍ଵାଇ ୨୭।୦୬; ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପ୍ରାୟତଃ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସମୟରେ ଅଙ୍କିତା ଓ ତାଙ୍କ ସ୍ଵାମୀ ଭିକ୍କି ଜୈନଙ୍କ ସଜ ’ଲାଫ୍ଟର ଶେଫ ୨’ରେ ନଜର ଆସୁଛନ୍ତି । ଦୁହିଙ୍କର ରୋମାଣ୍ଟିକ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ଭଲପାଇବା ଦେଉଛନ୍ତି । ଏହାର ଏକ ଭିଡିଓ କଲର୍ସ ଚ୍ୟାନେଲ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି । ଏବେ ଏହି ଭିଡିଓ କ୍ଲିପ୍‌ରେ ଏପରି କିଛି କହିଛନ୍ତି । ଯାହାକୁ ନେଇ ସଭିଏଁ ଖୁସି ହୋଇଯାଇଛନ୍ତି।

କଲର୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ କମେଡ଼ିଆନ କ୍ରିଷ୍ଣା ଅଭିଷେକଙ୍କ ପଛରେ ଅଙ୍କିତା ଦୌଡ଼ୁଥିଲେ । ମାତ୍ର କିଛି ଦୂର ଯିବା ପରେ ଅଙ୍କିତା ଅଟକି ଯାଇଥିଲେ ।ସଙ୍ଗେ ସଙ୍ଗେ କହିଥିଲେ’ସେ ଗର୍ଭବତୀ ଅଛନ୍ତି, ଦୌଡ଼ି ପାରିବେ’ ନାହି । ଏହା ଶୁଣି କ୍ରିଷ୍ଣା ଚକିତ ହୋଇଯାଇଥିଲେ । ତେବେ ଏହି ଗୁଡ୍ ନ୍ୟୁଜ୍ ଦେବା ପରେ ଅଙ୍କିତା ଲାଜେଇ ଯାଇଥିଲେ । କିଛି ସମୟ ପରେ କରଣ କୁନ୍ଦ୍ରା ମଧ୍ୟ ପଚାରିଥିଲେ । ଅଙ୍କିତା ମୁଣ୍ଡ ହଲାଇ ହଁ ଉତ୍ତର ଦେଇଥିଲେ ।  

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ଖୁବ୍‌ ବହୁତ କମେଣ୍ଟ ଆସିଛି । କିଛି ଏହାକୁ ସତ ବୋଲି ଗ୍ରହଣ କରୁଥିବା ବେଳେ ଆଉ କିଛି ମଜାକ ବୋଲି କହୁଛନ୍ତି । ପୂର୍ବରୁ ଅଙ୍କିତା ଅନେକ ଥର ମଜାକ୍ କରିସାରିଛନ୍ତି । ୨୦୨୧ ମସିହା ଡିସେମ୍ବର ୧୪ରେ ଅଙ୍କିତା ଓ ଭିକ୍କି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୪୦ ବର୍ଷୀୟା ଅଭିନେତ୍ରୀ ମାଆ ହେବାକୁ ନେଇ ତାଙ୍କର ଶାଶୂ ଅନେକ ଥର ନ୍ୟାସନାଲ ଟିଭିରେ କହିସାରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.