ଫିରିଙ୍ଗିମାଲ ନାବାଳିକା ପୋଡ଼ି ଘଟଣାରେ ଟ୍ବିଷ୍ଟ୍, ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି ସମ୍ପର୍କୀୟ

Published By : Prameya-News7 Bureau | August 12, 2025 IST

ପଦ୍ମପୁର ୧୨।୮: ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଫିରିଙ୍ଗିମାଲ ନାବାଳିକା ପୋଡ଼ି ଘଟଣା ଭିନ୍ନ ମୋଡ଼ ନେଉଛି । ନାବାଳିକାଙ୍କ ପରିବାର ଲୋକ ତାଙ୍କ ମୃତ୍ୟୁକୁ ନେଇ ଭିନ୍ନ ମତ ଦେଉଛନ୍ତି । ଏଭଳି ଘଟଣା ପ୍ରେମ ସମ୍ପର୍କ ପାଇଁ ଘଟିଥାଇପାରେ ବୋଲି ଆଶଙ୍କା କରିଛନ୍ତି ମୃତ ନାବାଳିକାଙ୍କ ମାମୁ ।  ସେ କହିଛନ୍ତି, କିଛି ଦିନ ପୂର୍ବରୁ ପୀଡିତା କୌଣସି ଏକ ପିଲା ସହ କଥାବାର୍ତ୍ତା ହେଉଥିଲେ । ଯାହା ପୀଡିତାଙ୍କ ଭାଇ ଜାଣିପାରି ଥିଲେ ।  ସେ ମୋବାଇଲ ପୋଲିସ ଜବତ କରିଛି । ସେଥିରେ କଲ୍ ରେକର୍ଡ ଥିବା ମଧ୍ୟ ସେ କହିଛନ୍ତି । ଏହାସହ ପୋଲିସ ଯେଉଁ ଘରୋଇ କଳହ କହୁଛି ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ କୌଣସି ପାରିବାରିକ କଳହ ନଥିବା କହିଛନ୍ତି ମୃତକଙ୍କ ଭାଇ ।   

ସେପଟେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳର ଗୋଟିଏ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଠିକ୍ ଭାବରେ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ଗାଇସିଲେଟ୍ ଥାନା ଅନ୍ତର୍ଗତ ଫିରିଙ୍ଗିମାଲରେ ଜଣେ ନାବାଳିକା ନିଆଁ ଲଗାଇ ପୋଡ଼ି ହୋଇଯାଇଥିଲେ । ତାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

You Can Read:

ପାରିବାରିକ ବିବାଦରୁ ଯୁବକଙ୍କ ଆତ୍ମାହୁତି ଉଦ୍ୟମ, ସେପଟେ ଆତ୍ମାହୁତି ଧମକ ଦେଉଥିବା ପରିବାରକୁ ଉଠାଇନେଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.