ଭୁବନେଶ୍ବର ୨୧।୩: ଷ୍ଟାଲିନ୍ଙ୍କ ଡ଼ିଲିମିଟେସନ ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଗଲେ ବିଜୁ ଜନତା ଦଳର ଦୁଇ ପ୍ରତିନିଧି । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସଂଜୟ ଦାସ ବର୍ମା ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ବୈଠକରେ ଯୋଗ ଦେବାକୁ ଯାଉଥିବା BJD ପ୍ରତିନିଧି କହିଛନ୍ତି, ଏବେର ପରିଭାଷା ଜନସଂଖ୍ୟା ଉପରେ କରାଯାଇଛି । ଜନସଂଖ୍ୟା ଆଧାରରେ ଡିଲିମିଟେସନ୍ ଲାଗୁ ହେଲେ ଓଡ଼ିଶାର କ୍ଷତି ହେବ । ଯାହାକୁ ଆମ ଦଳର ସଭାପତି ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି । କାରଣ ପୂର୍ବରୁ ଜନସଂଖ୍ୟା କମାଇବାରେ ଓଡ଼ିଶା ରେକର୍ଡ ସୃଷ୍ଟି କରିଛି । ଏହି ବୈଠକରେ ଡିଲିମିଟେସନର ପରିଭାଷା ସମ୍ପର୍କରେ ଜଣାପଡିବ । ଯଦି ଏଥିରେ ଓଡ଼ିଶାର ସ୍ବାର୍ଥ ହାନି ଘଟେ ତେବେ ଆମ ଦଳ ତାକୁ ବିରୋଧ କରିବ । ଏହା କୌଣସି ରାଜନୈତିକ ବୈଠକ ବୋଲି ଭାବିବା ଠିକ୍ ନୁହେଁ ବୋଲି ଉଭୟ କହିଛନ୍ତି ।
ସେପଟେ, ଷ୍ଟାଲିନ୍ଙ୍କ ଡିଲିମିଟେସନ ବୈଠକରେ ବିଜେଡି ଯୋଗ ଦେବା ପ୍ରସଙ୍ଗରେ ତେରେଛା ବାଣ ମାରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ବିଜେଡି ନିଜ ସୁରକ୍ଷା ପାଇଁ ବିଭିନ୍ନ ଦଳର କ୍ୟାମ୍ପକୁ ଯାଇପାରେ । ଏହା ତାଙ୍କର ନିଜସ୍ଵ ନିଷ୍ପତ୍ତି । ଷ୍ଟାଲିନ୍ଙ୍କ ବୈଠକରେ ଯୋଗଦେବା ନେଇ ଆମର କିଛି ଅସୁବିଧା ନାହିଁ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ବିଜେଡି ପ୍ରତିନିଧି ଦଳ ଯୋଗ ଦେବାର କିଛି ପ୍ରାସଙ୍ଗିକତା ନାହିଁ । ଯେଉଁ ଟିମ୍ ମ୍ୟାଚ୍ ଖେଳିବାର ନାହିଁ, ସେ ଟିମ୍ ଯିବ ତାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି ।
ବିଜେଡି ପ୍ରତିନିଧି ଦଳ ଚେନ୍ନାଇ ବୈଠକରେ ଯୋଗ ଦେବେ କି ନାହିଁ ସେଥିରେ କିଛି ମାନେ ନାହିଁ । କାରଣ ଆଗକୁ ବିଜେଡି ରହିବ ନାହିଁ । ତେବେ ଆଗାମୀ ଦିନରେ କ’ଣ ହେବ ସମୀକରଣ ସେ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବିଜେଡିର ରାଜନୀତି ସମୀକରଣ ବଦଳିଲେ କିଛି ଅସୁବିଧା ନାହିଁ । ବିଜେପି ଏବଂ NDA ପୁରା ଦେଶ ଏବଂ ରାଜ୍ୟକୁ ଚଳାଇବା ପାଇଁ ସକ୍ଷମ ।
You Can Read:
ଯେଉଁ ଟିମ୍ ମ୍ୟାଚ୍ ଖେଳିବାର ନାହିଁ, ସେ ଟିମ୍ ଯିବ ତାର କିଛି ମାନେ ନାହିଁ : କୃଷ୍ଣଚନ୍ଦ୍ର ପାତ୍ର