ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କୁ ହତ୍ୟା, ପିଟିପିଟି ମାରିଦେଲେ ଜଙ୍ଗଲରେ ପୋଡ଼ିଦେଲେ

Published By : Prameya-News7 Bureau | April 27, 2025 IST

ଖଲ୍ଲିକୋଟ ୨୭।୪ପୁଣି ଅଶାନ୍ତ ହେଲା ଗଞ୍ଜାମ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ପୂର୍ବ ଶତ୍ରୁତାରୁ ପିଟିପିଟି ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ । ମୃତକ ଦୁଇ ଭାଇ ସୁମୁଣ୍ଡଳ ଗାଁର ଅଜୟ ବାରିକ ଓ ସଂଜୟ ବାରିକ । 

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗ ମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣ ଜଙ୍ଗଲରେ ୨ ଭାଇଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ରବିବାର ସକାଳୁ ଖବର ପାଇ ଘଟଣାସ୍ଥଳରେ ବେଗୁନିଆପଡ଼ା ଥାନା ଏବଂ ଖଲ୍ଲିକୋଟ ଥାନା ପୋଲିସ ଓ ପୁରୁଷୋତ୍ତମପୁର ଏସଡିପିଓ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ଛାନଭିନ୍ ଆରମ୍ଭ କରିଛି । ୨ ଭାଇଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି ।

You Can Read:

ଧକ୍କା ଦେଲା ଅଜଣା ଗାଡ଼ି: ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.