ମାଲକାନଗିରି ୧୬।୧: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଜବାନ ଆହତ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଛତିଶଗଡ ବିଜାପୁର ଜିଲ୍ଲା ବାସାଗୁଡା ଥାନା ଅନ୍ତର୍ଗତ ପୁତକେଲ ସିଆରପିଏଫ କ୍ୟାମ୍ପର କୋବ୍ରା ବାଟାଲିୟନର ଜବାନ ମାନେ ଗୁରୁବାର ସକାଳେ କେରିପୁ ଜଙ୍ଗଲକୁ କମ୍ବିଂ ଅପରେସନ କରିବା ଲାଗି ଯାଉଥିଲେ । ସେହି ସମୟରେ ମାଓବାଦୀ ମାନେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଘଟଣାସ୍ଥଳରେ ଦୁଇ ଜଣ ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜବାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୁରକ୍ଷାକର୍ମୀଙ୍କୁ ସଫଳତା, ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
ସେପଟେ ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ଠାବ ହୋଇଛି ବଡଧରଣର ମାଓ ଡମ୍ପ । ଯେଉଁଥିରୁ ବିପୁଳ ପରିମାଣରେ ସାମଗ୍ରୀ ଜବତ ହୋଇଛି । ପୁଙ୍ଗାରପାଲ ଥାନା ଅନ୍ତର୍ଗତ କୁଟୁର ଏବଂ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ କମ୍ବିଂ ଚାଲିଥିଲା । ସେଠାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀ ମାନେ ଲୁଚାଇ ରଖିଥିବା ଏକ ଡମ୍ପ ଭିତରୁ ୧୪ଟି ଭାର୍ମର ବନ୍ଧୁକ ଓ ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହାପରେ ମାଓବାଦୀଙ୍କୁ ମୂଳପୋଛ କରିବା ଲାଗି ଛତିଶଗଡରେ ଡିଆର୍ଜି ଓ ବସ୍ତରର ଫାଇଟର ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସେହିପରି କିଛି ଦିନ ତଳେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳ ମଧ୍ୟ ଏକ ମାଓ ଡମ୍ପ ଠାବ ହୋଇଥିଲା । ସେଥିମଧ୍ୟରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିଲା ।
You Can Read: