ବୈପାରୀଗୁଡ଼ା ୧୧।୪: ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା । ନଦୀରେ ବୁଡ଼ି ଚାଲିଗଲା ଜୀବନ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ଡାବୁଗୁଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରୁ ଫେରିବା ପରେ ଗାଁ ନିକଟ ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ସ୍କୁଲ ଛାତ୍ରୀ l ଅସାବଧାନତା ଯୋଗୁଁ ନଦୀ ପାଣିରେ ବୁଡ଼ିଗଲେ ଦୁଇ ଛାତ୍ରୀ l ଖବର ପାଇ ଗାଁ ଲୋକେ ପହଞ୍ଚି ଦୁହିଁଙ୍କୁ ପାଣିରୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ୮ ବର୍ଷର ଅମ୍ରିତା ପାଲିଗୁଡ଼ିଆ ଏବଂ ଅନ୍ୟ ଜଣେ ୧୦ ବର୍ଷର ପ୍ରମିଳା ଦୋରାପୁଟିଆ ।
You Can Read: