କାଠଯୋଡ଼ିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ: ଗାଧୋଇବାକୁ ଯାଇଥିବାବେଳେ ଅଘଟଣ

Published By : Prameya-News7 Bureau | August 12, 2025 IST

କଟକ: କଟକ କାଠଯୋଡ଼ିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର ସତ୍ତ୍ବେ ବି ବଞ୍ଚିପାରିଲାନି ଜୀବନ । ଉଭୟ ନାବାଳକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ପ୍ରାଣ ହରାଇଥିବା ଛାତ୍ର ଦ୍ବୟ ହେଲେ, ମହିଦାସ ବଜାରର ସୌମ୍ୟ ରଞ୍ଜନ ମହାନ୍ତି ଏବଂ କାଜି ବଜାରର ଶୁଭମ। । ଏନେଇ ସ୍ଥାନୀୟ ପୁରୀଘାଟ ଥାନା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ଦ୍ବିପ୍ରହରରେ ଦୁଇ ସାଙ୍ଗ ଆଉ ୪ ଜଣଙ୍କ ସହ କାଠଯୋଡ଼ି ନଦୀରୁ ଗଣେଶ ପୂଜା ପାଇଁ ମାଟି ଆଣିବାକୁ ଯାଇଥିଲେ। ଏହି ସମୟରେ ଦୁହେଁ ନଦୀର ପ୍ରଖର ସ୍ରୋତ‌ରେ ଭାସି ଯାଇଥିଲେ। ଏହା ଦେଖି ପାଖରେ ଥିବା ଅନ୍ୟ ୪ଜଣ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସଙ୍ଗେ ସଙ୍ଗେ ଦମକଳ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିପଡ଼ିଥିଲା। ଆଉ ୨ ଛାତ୍ରଙ୍କୁ ଉଦ୍ଧାର କରି ଏସସିବିକୁ ପଠାଇଥିଲା। ମାତ୍ର ସେତେବେଳକୁ ସେମାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଥିବାବେଳେ, ଏହି ଦୁଇ ସାଙ୍ଗ ମାଟି ଆଣିବାକୁ ଯାଇଥିଲେ ଅବା ଗାଧୋଇବାକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। 

ସେପଟେ ଚିନ୍ତାର ବିଷୟ ହେଲା କାଠଯୋଡ଼ିର ଚୋରାବାଲି ଗତ ବର୍ଷ ନାରାଜ ଅଞ୍ଚଳର ଜଣେ ଯୁବକଙ୍କ ଜୀବନ ଯାଇଥିଲା । ଏହା ପ୍ରଶାସନ ଜାଣି ମଧ୍ୟ କାଠଯୋଡ଼ି ପଠାରେ କୌଣସି ସତର୍କ ସୂଚନା ବାବଦୀୟ ଫଳକ ଲଗାଇନାହିଁ। ସୂଚନା ଫଳକ ଥିଲେ ହୁଏତ ଏଭଳି ଅଘଟଣ ଘଟିନଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକେ। 

You Can Read:

ସାନ ଭାଇ ସହ ସ୍ତ୍ରୀର ଥିଲା ସମ୍ପର୍କ, ମା’କୁ ମେସେଜ୍‌ରେ ଏମିତି ଲେଖି ଜୀବନ ହାରିଲେ BSF ଯବାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.