କେନ୍ଦ୍ରାପଡ଼ା ୪।୮: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ୍ ଅମେଇପାଳ ପଞ୍ଚାୟତ ମହାନଙ୍ଗଳା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।ଗଣ୍ଡଗୋଳ ଘଟି ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗାଁର ନରେଶ ନାୟକ ଓ ଅନ୍ୟ କିଛି ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା l ପରେ ଅପରପକ୍ଷର ଯୁବକ ମାନେ ଉତକ୍ଷିପ୍ତ ହୋଇ ନରେଶଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ନରେଶଙ୍କ ଭାଇ ପରେଶ ଘଟଣାସ୍ଥଳରେ ପହଞ୍ଚି ନିଜ ଭାଇକୁ ବଞ୍ଚାଇବା ପାଇଁ ଉଦ୍ୟମ କଲାବେଳେ ଆକ୍ରମଣକାରୀ ମାନେ ପରେଶଙ୍କୁ ମଧ୍ୟ ଆକ୍ରମଣ କରିଥିଲେ l ଏଥିରେ ଦୁଇ ଭାଇ ନରେଶ ଓ ପରେଶ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି l
You Can Read:
ରେଳ ଧାରଣାରେ ଆଇଇଡ଼ି ବିସ୍ଫୋରଣ, ହାଇ ଆଲର୍ଟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମା ରେଲୱେ ଟ୍ରାକ୍