ଏଫଏମ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ଦୁଇ ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | August 04, 2025 IST

ନୀଳଗିରି ୦୪।୦୮ : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା । ମାମଲାରେ ଆଉ ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଦୁଇ ଜଣ ଛାତ୍ର ହେଲେ ଜ୍ୟୋତିପ୍ରକାଶ ବିଶ୍ୱାଳ ଏବଂ ଏବିଭିପି ଛାତ୍ର ସଂଗଠନର ସୁବ୍ରସମ୍ବିତ ନାୟକ । ଉଭୟଙ୍କୁ ଗିରଫ ପରେ ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର କରାଯାଇଥିଲା । ଏହାପରେ ଉଭୟଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆତ୍ମହତ୍ୟା ପାଇଁ ଉସ୍‌କାଇବା ଓ ପ୍ରବର୍ତ୍ତାଇବା ଅଭିଯୋଗରେ ଦୁଇ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । 

ଖବର ଅନୁଯାୟୀ, ଗତ ଜୁଲାଇ ୧୨ ତାରିଖରେ ଏଫ୍‌ଏମ୍‌ ଛାତ୍ରୀ କ୍ୟାମ୍ପସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇଥିଲେ । ସେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିଲା ବେଳେ ଦୁଇଦିନ ପରେ ପ୍ରାଣ ହରାଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା। ଶେଷରେ ଗତ ୧୬ ତାରିଖରୁ କ୍ରାଇମ୍‌ବ୍ରାଞ୍ଚର ମହିଳା ଓ  ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍‌ ସାଇନିଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଟିମ୍‌ କଲେଜ କ୍ୟାମ୍ପସ, ପେଟ୍ରୋଲ୍‌  ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଜବତ କରିଥିଲା। ଟିମ୍‌ କଲେଜ୍‌ର ୫୦ରୁ ଅଧିକ ଛାତ୍ରଙ୍କୁ ପଚରାଉଚରା କରିଥିଲା। ଗିରଫ ଜ୍ୟୋତିପ୍ରକାଶଙ୍କ  ମୋବାଇଲ୍‌ର ଆତ୍ମାହୁତି ବେଳର ୩୦ ମିନିଟ୍‌ର ଭିଡିଓ ମିଳିଥିଲା ।

  • prameyanews7
  • FM College Student Death
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.