ଟ୍ରକ୍‌କୁ ଧକ୍କା ଦେଲା କୋର୍ଟ ଭ୍ୟାନ୍, ୨ ପୋଲିସ କର୍ମଚାରୀ ଓ ଜଣେ ମୁଦାଲା ଆହତ

Published By : Prameya-News7 Bureau | January 09, 2025 IST

ବୌଦ୍ଧ ୧: ବୌଦ୍ଧ ଜିଲ୍ଲା NH ୫୭ ମନମୁଣ୍ଡା ଗାନ୍ଧୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କୋର୍ଟ ଭ୍ୟାନ୍ । ମୁଦାଲାଙ୍କୁ ନେଇ କଣ୍ଟାମାଳ କୋର୍ଟ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଅଳ୍ପକେ ବର୍ତ୍ତିଲେ ୧୦ରୁ ଉର୍ଦ୍ଧ୍ବ ମୁଦାଲା । ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । କୋର୍ଟ ଭ୍ୟାନ୍‌ର କାଗଜ ପତ୍ର ଠିକ୍ ନଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରୁ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ମୁଦାଲା ନେଇ ଏକ ପୋଲିସ କୋର୍ଟ ଭ୍ୟାନ୍ କଣ୍ଟାମାଳ କୋର୍ଟ ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ କୋର୍ଟ ଭ୍ୟାନ୍‌ରେ ଥିବା ମୁଦାଲାଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ବେଳେ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତେବେ ଗାଡ଼ିର କାଗଜପତ୍ର ଠିକ୍ ନଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ମନମୁଣ୍ଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

You Can Read:

ପ୍ରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ବାଗତ, ସାରା ବିଶ୍ୱ ଦେଖୁଛି ଭାରତର ବିକାଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.