ଭୁବନେଶ୍ବର ୨।୭: ଜୁଲାଇ ୧୧ତାରିଖରେ ଓଡ଼ିଶା ଆସିବେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ତାଙ୍କ ସହ AICC ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ ଓ AICC ଜେନେରାଲ ସେକ୍ରେଟାରୀ ଭେଣୁଗୋପାଳ ମଧ୍ୟ ଓଡ଼ିଶା ଆସିବେ । ଏ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା 'ସମ୍ବିଧାନ ବଞ୍ଚାଅ ସମାବେଶ'ରେ ରାହୁଲ ଗାନ୍ଧୀ ଉଦ୍ବୋଧନ ଦେବେ । ରାଜ୍ୟ ରାଜନୀତିରେ ହେଉଥିବା ବିଭିନ୍ନ ଅରାଜକତା ସହ ନାରୀ ନିର୍ଯାତନା, ଶିଶୁ ଅତ୍ୟାଚାର, କୃଷକମାରଣା ନୀତି, ଯୁବକଙ୍କୁ ଚାକିରି ସମସ୍ୟା, ଆଦିବାସୀଙ୍କ ଜମି ହଡପ, ସମ୍ବିଧାନ ବଞ୍ଚାଓ ଭଳି ପ୍ରସଙ୍ଗ ଉପରେ ରାଜ୍ୟବାସୀଙ୍କୁ ଅଭିଭାଷଣ ରଖିବେ ।
ଏହି ପରିପ୍ରେକ୍ଷୀରେ ଶତାଧିକ ଲୋକଙ୍କ ପାଇଁ ବରମୁଣ୍ଡା ଠାରେ ସାଧାରଣ ସଭାର ଆୟୋଜନ କରାଯାଇଛି । କେବଳ ସେତିକି ନୁହେଁ ରଥଯାତ୍ରା ସମୟରେ ହୋଇଥିବା ଅଘଟଣ ଉପରେ ମଧ୍ୟ ଉଦବୋଧନ ଦେବେ ରାହୁଲ ।
You Can Read: