ଭୁବନେଶ୍ବର ୭।୬: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ତିଆରି କରୁଥିଲେ ନିଶୁଳ୍କରେ ମିଳିବ ଦୁଇ ଟ୍ରାକ୍ଟର ବାଲି । ସହଜରେ ସରଳ ଭାବରେ ଶସ୍ତାରେ କେମିତି ଲୋକେ ଘର ତିଆରି ପାଇଁ ବାଲି ପାଇବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି । ଏନେଇ ପରମିଟ୍ ଇସ୍ୟୁ ହେବ । ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ।
ସେପଟେ ହାଇୱା ବଦଳରେ ବାଲି ଉଠାଣ ପାଇଁ ଅନ୍ୟ ଗାଡି ବ୍ୟବହାର ହେବ । ହାଇୱାରେ ୪୦ ଟନ୍ ଯାଉଥିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ରାସ୍ତା କ୍ଷତିଗ୍ରସ୍ତ ହେଉଛି । ବାଲି ଉଠାଣରେ କେଉଁ ଗାଡି ବ୍ୟବହାର ହେବ ଓ କେତେ ବାଲି ଉଠାଇ ପାରିବେ ଏଥିପାଇଁ ଏସ୍ଓପି ପ୍ରସ୍ତୁତ ହେଉଛି । ଖୁବ୍ଶୀଘ୍ର ଏସ୍ଓପି ଆସିବ ।
ସେ ଆହୁରି କହିଛନ୍ତି, କପ୍ତିପଦାରେ ଯେଉଁ ଘଟଣା ଘଟିଲା ତାହା ଆଦୌ ସ୍ୱାଭାବିକ ନୁହେଁ । ସରକାରୀ ଅଧିକାରୀଙ୍କୁ ଯେଉଁଭଳି ଭାବେ ବାଲି ମାଫିଆ ଆକ୍ରମଣ କଲେ ତାହା ଗ୍ରହଣୀୟ ନୁହେଁ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଚ୍ଛଦପଟ୍ଟରେ ରାଜନୈତିକ ବ୍ୟକ୍ତି କି ପ୍ରଭାବଶାଳୀ ଥିଲେ ବି ଛଡା ଯିବନି । ରାଜ ଧର୍ମରେ କାହାରି ମୁହଁ ଦେଖାଯାଏ ନାହିଁ । ଓଡ଼ିଶାକୁ ବିହାର କି ବେଙ୍ଗଲ କରିବାକୁ ଦିଆଯିବ ନାହିଁ । ଓଡ଼ିଶାରେ ବଢୁଛି ଅପରାଧ ପ୍ରବଣତା । ଅପରାଧକୁ ମୂଳରୁ ନାଶ କରାଯିବ । ବାଲି ମାଫିଆ ଓ ଚୋରି ପାଇଁ ଏସ୍ଓପି ଆସିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।
You Can Read:
ସମ୍ବଲପୁର ଚର୍ମାଲ ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି, କମ୍ବିଂ ଅପରେସନ ଜୋରଦାର