ଜିରୋ ଟଲେରାନ୍ସ ନୀତିରେ କଂଗ୍ରେସ ଆକ୍ସନ, ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ

Published By : Prameya-News7 Bureau | July 21, 2025 IST

ଭୁବନେଶ୍ୱର ୨୧/୦୭: ଉଦିତ ପ୍ରଧାନ ନିଲମ୍ବିତ । ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ । ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ । ନିଲମ୍ବନ କଲେ ଜାତୀୟ ଯୁବ କଂଗ୍ରେସ ସଭାପତି । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।

ଜଣେ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଅଂଚଳରେ ଥିବା ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଆଜି ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯିବ ।

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ, ହୋଟେଲ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ

ସୂଚନା ଥାଉକି, ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ ଗିରଫ ପରେ ଆକ୍ସନ୍। ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କରିଛି କଂଗ୍ରେସ । ମିଳିଥିବା ସୂଚନା ମୁତାବକ, ଚନ୍ଦକା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀ ଗତ ୧୮ ତାରିଖରେ ଜଣେ ସାଙ୍ଗଙ୍କ ସହ କାର୍‌ରେ ମାର୍କେଟ ବୁଲିବାକୁ ବାହାରିଥିଲେ । ତାଙ୍କ ସହ ଆଉଜଣେ ଯୁବତୀ ମଧ୍ୟ ଥିଲେ । 

ମାଷ୍ଟରକ୍ୟାଣ୍ଟିନ ଛକରେ ସେମାନଙ୍କୁ ଉଦିତ ଭେଟିଥିଲେ । ପରେ ସେମାନେ ସମସ୍ତେ ମଞ୍ଚେଶ୍ୱରର ହୋଟେଲକୁ ଯାଇଥିଲେ । ସେଠାରେ ଉଦିତ ଓ ଆୟୁଷ୍ମାନ ମଦ ପିଇଥିଲେ । ତେବେ ଉଭୟ ସାଙ୍ଗ ତାଙ୍କୁ କୋଲ୍ଡଡ୍ରିଙ୍କସରେ ମଦ ମିଶାଇ ପିଇବାକୁ ଦେଇଥିଲେ । ଥାନାକୁ ଯାଇ ଉଦିତଙ୍କ ନାଁରେ ଅଭିଯୋଗ କରିବେ ବୋଲି କହିଥିଲେ । ଉଦିତ ରାଗି ଯାଇ ତାଙ୍କୁ ପ୍ରବଳ ଗାଳି କରିଥିଲେ । ଏହା ପରେ ସେ ଉଦିତଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ପୋଲିସ ଅଭିଯୋଗ କ୍ରମେ ୪୧୯/୨୫ରେ ମାମଲା ରୁଜୁ କରି ଉଦିତଙ୍କୁ ଗିରଫ କରିଛି । ତାଙ୍କ ନାଁରେ ବିଏନ୍‌ଏସ୍‌ ଦଫା ୬୪(୧), ୧୨୩, ୨୯୬,  ୭୪, ୩୫୧(୨) ଲଗାଇଛି । ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯିବ । ପୂର୍ବରୁ ବି ଉଦିତଙ୍କ ନାଁରେ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା  ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.