ମୁମ୍ୱାଇ : ବଲିଉଡ୍ ଅଭିନେତା ସଲମାନ ଖାନ ୧୯୮୮ ମସିହାରୁ ନେଇ ଏବେସୁଦ୍ଧା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଅଭିନେତା ଭାବେ କାମ କରୁଛନ୍ତି। ଏହି ୩୭ ବର୍ଷରେ ଅଭିନେତା ଖୁବ୍ ନାଁ କମାଇଛନ୍ତି ଏବଂ ବଲିଉଡ ଇତିହାସର ସବୁଠୁ ଭଲ ଆକ୍ଟରଙ୍କ ମଧ୍ୟରୁ ଜଣେ ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି। ଖୁବ୍ ନାମ ଓ ଯଶ ଅର୍ଜନ କରିଥିବା ସଲମାନଙ୍କର ଆକ୍ଟିଂ ପ୍ରତିସ୍ପର୍ଦ୍ଧା ୫୯ ବର୍ଷ ବୟସରେ ମଧ୍ୟ କମି ନାହିଁ। ଏହି ବୟସରେ ମଧ୍ୟ ସେ ବଡ଼ ପରଦାରେ ଲିଡ୍ ଅଭିନେତା ଭାବେ ନଜର ଆସୁଛନ୍ତି।
୧୯୮୮ରେ ସେ ନିଜର ଆକ୍ଟିଂ କ୍ୟାରିୟର ଫିଲ୍ମ ‘ବିବି ହୋ ତୋ ଐସି’ରୁ ଆରମ୍ଭ କରିଥିଲେ ଏବଂ ୧୯୮୯ ର ଫିଲ୍ମ ‘ମୈଁନେ ପ୍ୟାର୍ କିୟା’ରୁ ଇଣ୍ଡଷ୍ଟ୍ରିରେ ରାଜ୍ କରିବା ଆରମ୍ଭ କଲେ। କିନ୍ତୁ ଆପଣ କଣ ଏହା ଜାଣନ୍ତି ଯେ, ଅଭିନେତା ହେବା ପୂର୍ବରୁ ସଲମାନ ଖାନ କେଉଁ କାମ କରୁଥିଲେ ? ଯଦି ଆପଣଙ୍କ ପାଖରେ ଏହି ପ୍ରଶ୍ନର ଉତ୍ତର ନାହିଁ ତ ଆପଣଙ୍କୁ ଏହି କହି ରଖୁଛୁ ଯେ,ସେ ଏହା ପୂର୍ବରୁ ପ୍ରସିଦ୍ଧ ଅଭିନେତା ଜ୍ୟାକି ଶ୍ରଫଙ୍କ ଫିଲ୍ମ କାମ କରୁଥିଲେ।
ଅଭିନେତା ହେବା ପୂର୍ବରୁ ସଲମାନ ଖାନ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ। ସଲମାନ ଜ୍ୟାକି ଶ୍ରଫଙ୍କ ୧୯୮୮ ମସିହାରେ ଆସିଥିବା ଫିଲ୍ମ ‘ଫଲକ’ର ଆସିଷ୍ଟାଣ୍ଟ ଡାଇରେକ୍ଟର ଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଶଶିଲାଲ୍ କେ ନାୟର ଦେଇଥିଲେ। ସଲମାନ ଏଥିରେ ଶଶିଲାଲଙ୍କୁ ସାହାଯ୍ୟ କରୁଥିଲେ। ଏହି ସମୟରେ ସଲମାନ ଜ୍ୟାକିଙ୍କର ମଧ୍ୟ ଯତ୍ନ ନେଉଥିଲେ ଏବଂ ତାଙ୍କର ପୋଷାକ –ଜୋତା ମଧ୍ୟ ସମ୍ଭାଳୁ ଥିଲେ।
ଫିଲ୍ମ ‘ଫଲକ’ ସେଟ୍ରେ ହିଁ ଜ୍ୟାକି ଓ ସଲମାନଙ୍କ ମଧ୍ୟରେ ଭଲ ସଂପର୍କ ହୋଇ ଯାଇଥିଲା। ଦୁହେଁ ସେବେଠାରୁ ପରସ୍ପରକୁ ଜାଣନ୍ତି ଏବଂ ତାଙ୍କ ଭିତରେ ଏବେ ବି ଏକ ଦୃଢ ବଣ୍ଡିଂ ରହିଛି। ଦିନେ ଜ୍ୟାକିଙ୍କ ଫିଲ୍ମର ଆସିଷ୍ଟାଣ୍ଟ ରହିଥିବା ସଲମାନ ପରେ ଅଭିନେତା ଭାବେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
ସଲମାନ ଖାନ ଓ ଜ୍ୟାକି ଶ୍ରଫଙ୍କ ଫିଲ୍ମ ‘ବନ୍ଧନ’କୁ ଖୁବ୍ ପସନ୍ଦ କରାଯାଇ ଥିଲା। ୧୯୯୮ ରେ ଆସିଥିବା ଏହି ଫିଲ୍ମରେ ଜ୍ୟାକି , ସଲମାଙ୍କ ଭିଣୋଇ ଭୂମିକାରେ ନଜର ଆସିଥିଲେ। ଏହାର ଡାଇଲଗ୍ ‘ଜୋ ଜିଜାଜି ବୋଲେଙ୍ଗେ ୱୋ ମୈଁ କରୁଙ୍ଗା ’ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲା। ଏହାପରେ ଉଭୟ ଅଭିନେତା ‘କ୍ୟୋଁ କି ( ୨୦୦୫)’, ବୀର (୨୦୧୦), ଓ ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ (୨୦୨୧) ରେ ମଧ୍ୟ ଏକାଠି କାମ କରି ଥିଲେ।