କଟକ ରେଳ ଷ୍ଟେସନରେ ଅଘଟଣ : ପ୍ଲାଟଫର୍ମରେ ଭୁଶୁଡ଼ିଲା ନିର୍ମାଣାଧୀନ ସେଡ୍

Published By : Prameya-News7 Bureau | August 27, 2025 IST

କଟକ ୨୭।୮: କଟକ ରେଳ ଷ୍ଟେସନରେ ଅଘଟଣ । ଭୁଶୁଡ଼ିଲା ନିର୍ମାଣାଧୀନ ସେଡ୍ । କ୍ଷୟକ୍ଷତି ନେଇ ସୂଚନା ମିଳିପାରିନାହିଁ । ପ୍ଲାଟଫର୍ମ ୧ ନମ୍ବରରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନବୀକରଣ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ନବୀକରଣ କାମ ଚାଲିଥିବା ବେଳେ କଟକ ରେଳ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ସେଡ୍ । ପ୍ଲାଟଫର୍ମ ୧ରେ ନିର୍ମାଣାଧୀନ ସେଡ୍ ଭୁଶୁଡ଼ି ପଡ଼ିଛି । ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଛି । ସେଠାରେ ଉପସ୍ଥିତ ଥିବା ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସେ ନେଇ ସ୍ପଷ୍ଟ ହୋଇପାରି ନାହିଁ । ଛାତ ଭୁଶୁଡ଼ିବା ଫଳରେ କିଛି ଟ୍ରେନ୍‌ର ଯାତାୟତ ବିଳମ୍ବିତ ହୋଇଥିବା ସୂଚନା ମିଳିଛି ।


You Can Read:

ସେ ଗେଡା ଆଉ ମୁଁ ଡେଙ୍ଗା... ତାଙ୍କ ସହିତ କଥା ହେଲେ ଆଖି ତଳକୁ କରି କଥା ହୁଏ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.