କଟକ ୨୩।୮: କଟକରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ଆଜି ଜାତୀୟ ମହାକାଶ ଦିବସ ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ଭାରତର ମହାକାଶ ଗବେଷଣା ସମ୍ପର୍କରେ ଆଲୋଚନା କରିଥିଲେ ।
ଆଗକୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମହାକାଶ ଗବେଷଣା କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବା ପାଇଁ ଆଗ୍ରହ କରିଥିଲେ ଧର୍ମେନ୍ଦ୍ର । ଏହାସହ ୨୦୩୬ ମସିହା ବେଳକୁ ବିକଶିତ ଓଡ଼ିଶା ଓ ୨୦୪୭ ମସିହା ବେଳକୁ ବିକଶିତ ଭାରତ ଗଠନରେ ଛାତ୍ରଛାତ୍ରୀ ମାନେ ଭାଗିଦାରୀ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ।
ସେପଟେ ନୂଆପଡ଼ାରେ କେଭି-୨ର ନୂଆ କୋଠା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ଯୋଗାଇ ଦେଇଥିବା ୫ ଏକର ପରିମିତ ସ୍ଥାନରେ କେଭି-୨ର ଏହି ନୂଆ କୋଠା ହେବ । ଏଥିପାଇଁ ସରକାର ୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆସନ୍ତା ୨ ବର୍ଷ ଭିତରେ ନୂଆ କୋଠାର ନିର୍ମାଣ କାମ ସରିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।
You Can Read: