ଦୁର୍ଗାପାଲି ରେଲଓ୍ବେ ଓଭରବ୍ରିଜର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, ୬୦ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମିତ

Published By : Prameya-News7 Bureau | May 25, 2025 IST

ସମ୍ବଲପୁର ୨୫।୫: ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ୬୦ କୋଟି ୪୩ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଓଭରବ୍ରିଜ୍ ସମ୍ବଲପୁର ସହରକୁ ଅଧିକ ସୁନ୍ଦର ଓ ଆଧୁନିକ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଜନସାଧାରଣଙ୍କ ଯାତାୟତ ସୁରକ୍ଷିତ ଓ ସୁଗମ ହେବ । 

ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ସହରକୁ ଏକ ଶ୍ରୀମନ୍ତ ସହରରେ ବିକଶିତ କରାଯିବ । ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଅଣାଯିବ । ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ କରାଯିବ । ସମ୍ବଲପୁରରେ ରିଙ୍ଗ୍ ରୋଡ୍ କରାଯିବ । ସହର ମଧ୍ୟରେ ଥିବା ଆଭ୍ୟନ୍ତରୀଣ ରାସ୍ତା ତିଆରି କରାଯିବ ।  ମହାନଦୀ ଉପରେ ବ୍ରିଜ୍ ନିର୍ମାଣ ହେବ, ଯାହା ବୁର୍ଲା ଓ ହୀରାକୁଦକୁ ସଂଯୋଗ କରିବ ।  ସମ୍ବଲପୁର ସହରକୁ ଏକ ବୃହତ ମହାନିଗମ ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଦେବଦମ୍ପତ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଅନନ୍ୟ ପର୍ବ ଶୀତଳ ଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ରାଜ୍ୟ ଏବଂ ଦେଶବାସୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।

You Can Read: 

କୁଲାଇଲୋ ଆୟୁର୍ବେଦିକ ଅସ୍ଥି ଚିକିତ୍ସକ ପ୍ରତାପ ରୁଦ୍ର ବେଉରାୟଙ୍କ ପରଲୋକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.