ଆଠଗଡ଼ ୨୫।୫: ଆଠଗଡ଼ କୁଲାଇଲୋ ଅସ୍ଥି ଚିକିତ୍ସା କେନ୍ଦ୍ରର ମୁଖ୍ୟ ପ୍ରତାପ ରୁଦ୍ର ବେଉରାୟଙ୍କ ଶନିବାର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଥିଲେ । ଆୟୁର୍ବେଦିକ ଅସ୍ଥି ଚିକିତ୍ସା କ୍ଷେତ୍ରରେ ସେ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ତିନି ପୁରୁଷ ଧରି ତାଙ୍କ ପରିବାର ଆୟୁର୍ବେଦିକ ପଦ୍ଧତିରେ ଅସ୍ଥି ଚିକିତ୍ସା କରି ଆସୁଛନ୍ତି । ଦେବ ବାବୁ ପ୍ରଥମେ ଶିକ୍ଷକତା ଓ ପରେ ବନ ବିଭାଗରେ ନିଜର କର୍ମମୟ ଜୀବନ ଆରମ୍ଭ କରି ଅବସର ନେବା ପରେ ପୂର୍ଣ୍ଣକାଳୀନ ଭାବେ ଅସ୍ଥି ଚିକିତ୍ସାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ଉଦ୍ୟମରେ କୁଲାଇଲୋ ଠାରେ ପିତା ଅନନ୍ତ ବେଉରାଙ୍କ ନାମରେ ଏକ ଆୟୁର୍ବେଦିକ ଅସ୍ଥି ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରି ନିଃଶୁଳ୍କ ସେବା ପ୍ରଦାନ କରି ଆସୁଥିଲେ । ଶନିବାର ସନ୍ଧ୍ୟାରେ ସେ ଅତ୍ୟଧିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ତାଙ୍କର ପରଲୋକ ଘଟିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କ ବିୟୋଗରେ ଅସ୍ଥି ଚିକିତ୍ସା ଓ କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଥିବା କୁହାଯାଉଛି । ଦେବ ବାବୁଙ୍କ ପରଲୋକରେ ସମଗ୍ର ଆଠଗଡ଼ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ରବିବାର ତାଙ୍କର ଅନ୍ତିମ ଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଶେଷ ଦର୍ଶନ କରିଥିଲେ ।
You Can Read:
ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ କଡ଼ା ନିୟମ, କାର୍ଯ୍ୟ ସମୟ ୪ ଘଣ୍ଟାରୁ କମ୍ ହେଲେ କଟିବ ଗୋଟିଏ ଦିନର ଛୁଟି