ଭୁବନେଶ୍ବର ୨୫।୫: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ କଡା ନିୟମ । ଏଣିକି ଠିକ୍ ସମୟରେ ଅଫିସ ଆସିବେ କର୍ମଚାରୀ । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ ବାୟୋ ମେଟ୍ରିକ୍ ଉପସ୍ଥାନ ଅନୁସାରେ "ଅଫିସ୍ ଇନ୍" ଏବଂ "ଅଫିସ୍ ଆଉଟ୍" ସମୟ ରେକର୍ଡ କରିବାକୁ ବାଧ୍ୟ । ସମ୍ପୃକ୍ତ କର୍ମଚାରୀ "ଅଫିସ୍ ଆଉଟ୍" ରେକର୍ଡ ନଥିଲେ "ସେ ଦିନ ଡ୍ୟୁଟିରୁ ଅନୁପସ୍ଥିତ" ବୋଲି ଧରାଯିବ । ସମସ୍ତ କର୍ମଚାରୀ ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଯିବେ । ଅଫିସରେ ସର୍ବନିମ୍ନ ୭ ଘଣ୍ଟା ୩୦ ମିନିଟ୍ ଉପସ୍ଥିତ ରହିବାକୁ ପଡିବ । ସ୍ବାସ୍ଥ୍ୟ ଗତ ସମସ୍ୟା ବା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବେ ।
ଅଫିସରେ ୭ ଘଣ୍ଟା ୩୦ ମିନିଟ୍ କାର୍ଯ୍ୟ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । କାର୍ଯ୍ୟ ସମୟ ୪ ଘଣ୍ଟାରୁ କମ୍ ହେଲେ ଗୋଟିଏ ଦିନର ଛୁଟି ବାଧ୍ୟତାମୂଳକ ଭାବରେ କାଟି ଦିଆଯିବ । ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ଉପସ୍ଥିତ ରହିଲେ ଗୋଟିଏ ଦିନର ଛୁଟି ବାତିଲ ହେବ ।
You Can Read:
ଚୌଦ୍ବାର ଜେଲ୍ ପରିସରରେ କଏଦୀଙ୍କ ଆତ୍ମହତ୍ୟା, ହତ୍ୟା ଘଟଣାରେ ସଜା କାଟୁଥିଲେ