ନିର୍ବାଚନୀ ଇସ୍ତାହାରର ୨୧ ସଂକଳ୍ପ ମଧ୍ୟରୁ ୧୮ଟିରେ ପ୍ରକ୍ରିୟା ଆରମ୍ଭ କରିଛୁ

Published By : Prameya-News7 Bureau | June 01, 2025 IST

ଭୁବନେଶ୍ବର : ରିପୋର୍ଟ କାର୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେଇସାରିଛନ୍ତି । କେବଳ ରିପୋର୍ଟ ଦେଇନାହାନ୍ତି, ଆଗାମୀ ଦିନର ଯୋଜନା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ତାହାକୁ ସମୀକ୍ଷା କରିବେ । ଆମର ନିର୍ବାଚନୀ ଇସ୍ତାହାରରେ ଯେଉଁ ୨୧ଟି ସଂକଳ୍ପ ଥିଲା ସେଥିରୁ ଆମେ ୧୮ଟିରେ  ପ୍ରକ୍ରିୟା ଆରମ୍ଭ କରିଛୁ । ସୁଭଦ୍ରା ଓ ଏମ୍‌ଏସ୍‌ପି ଭଳି ୭ଟି ସଂକଳ୍ପ ପୂରଣ ହୋଇଛି । ଆଉ ୧୧ଟି ରେ କାମ ଆରମ୍ଭ କରିସାରିଛୁ । ପ୍ରଥମ ବର୍ଷରେ ଆମ ପାଇଁ ଏହା ବଡ଼ ସଫଳତା । ଇସ୍ତାହାରର ଆଗକୁ ଯିବା ପାଇଁ ଆମ ଲକ୍ଷ୍ୟ । ଜନ ସାଧାରଣଙ୍କ ଆବଶ୍ୟକତାକୁ ନେଇ ଆଗକୁ ଚାଲିବୁ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁଗମତାକୁ ସରକାରଙ୍କ ଗୁରୁତ୍ବ, ଆଣ୍ଟି ଡ୍ରୋନ୍‌ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.