ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେପାଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା: କହିଲେ, ଆମେ ଭାରତ ସହ ଅଛୁ

Published By : Prameya-News7 Bureau | April 28, 2025 IST

indiatoday

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ  କଡ଼ା ନିନ୍ଦା କରିଛନ୍ତି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁରାମ ଭଟ୍ଟରାୟ। ଘଟଣା "ଅପ୍ରୀତିକର ଏବଂ ଭୟଙ୍କର" ବୋଲି  କହି ଭଟ୍ଟରାୟ ସୋମବାର କହିଛନ୍ତି "ଆମେ ଏହାକୁ ସ୍ପଷ୍ଟ ଭାବରେ ନିନ୍ଦା କରୁଛୁ।" ଏବଂ ସେ ଭାରତୀୟ ଲୋକଙ୍କ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି।  ଦିଲ୍ଲୀରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ବାବୁରାମ କହିଛନ୍ତି ଭାରତୀୟଙ୍କ ସହ ଅଛୁ। 

୨୨ ଏପ୍ରିଲରେ ଦକ୍ଷିଣ କାଶ୍ମୀରର ପହଲଗାମର ବୈସାରନର ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଯେଉଁ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ସେଥିରେ ଜଣେ ନେପାଳି ପର୍ଯ୍ୟଟକ ମଧ୍ୟ ଥିଲେ। ଏହା ପୂର୍ବରୁ ଏହି ଭୟଙ୍କର ଆକ୍ରମଣକୁ ବିଶ୍ୱର ବିଭିନ୍ନ ଦେଶ ଏବଂ ନେତାମାନେ ନିନ୍ଦା କରିଛନ୍ତି। 

ପଢନ୍ତୁ- ଶାହିଦ ଆଫ୍ରିଦି ନିଜେ ଉଗ୍ରବାଦ ମାନସିକତା ସହ ଜଡ଼ିତ ଅଛନ୍ତି: କଡ଼ା ସମାଲୋଚନା କଲେ ଦାନିଶ କାନେରିଆ

ପ୍ରେସ୍ କ୍ଲବ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ସାମ୍ବାଦିକଙ୍କ ସମ୍ମିଳନୀକୁ ନିଜର ପ୍ରତିକ୍ରିୟା ଦେଇ ଭଟ୍ଟରାୟ କହିଛନ୍ତି "କିଛି ଦିନ ପୂର୍ବେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଏକ ଅତ୍ୟନ୍ତ ଅପ୍ରୀତିକର, ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଜଣେ ନେପାଳୀ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଆମେ ଏହି ଆତଙ୍କବାଦୀ ଆକ୍ରମଣକୁ ସ୍ପଷ୍ଟ ଭାବରେ ନିନ୍ଦା କରୁଛୁ। ଯେକୌଣସି ଆଳରେ ଆତଙ୍କବାଦକୁ ଯଥାର୍ଥ ବୋଲି ବିବେଚନା କରାଯାଇ ପାରିବ ନାହିଁ, ତାହା ଯେଉଁଠାରେ ହେଉ ନା କାହିଁକି। ଆମେ ଲୋକଙ୍କ ସହିତ ଅଛୁ।" 

ଏହାପରେ ଭଟ୍ଟରାୟ ପିଟିଆଇକୁ ବି ନିଜର ପ୍ରତିକ୍ରିୟା ଦେଇଥିଲେ। ଯେଉଁଥିରେ ସେ କହିଛନ୍ତି “ଆମେ ଏହାକୁ ସ୍ପଷ୍ଟ ଭାବରେ ନିନ୍ଦା କରୁଛୁ। ଏହା ଏକ ସମ୍ପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣ, ଏବଂ ଏଥିରେ ଜଣେ ନେପାଳୀ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ଏପରି ଆତଙ୍କବାଦୀ କାର୍ଯ୍ୟ ନିନ୍ଦନୀୟ, ମୁଁ ବ୍ୟକ୍ତିଗତ ଭାବରେ ଏବଂ ନେପାଳୀ ଲୋକଙ୍କ ପକ୍ଷରୁ ଏହାକୁ ନିନ୍ଦା କରିବାକୁ ଚାହୁଁଛି। ଏବଂ ଭାରତ ସରକାର ଏବଂ ଲୋକଙ୍କୁ ମୋର ସମର୍ଥନ ଜଣାଉଛି।”

ପଢନ୍ତୁ- ଭାରତର ପହଲଗାମ ପ୍ରତିଶୋଧ ଭୟରେ ଥରିଲା ପାକିସ୍ତାନ: ପାକ୍ ମନ୍ତ୍ରୀ କହିଲେ ଯୁଦ୍ଧ ଏବେ ଆସନ୍ନ, ଆମେ ପ୍ରସ୍ତୁତ
 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.