ଶ୍ରୀଲଙ୍କାରେ ମଧ୍ୟ ଲଞ୍ଚ ହେବ UPI, ଦ୍ବିପାକ୍ଷିକ ଆଲୋଚନା ପରେ କହିଲେ ରାଷ୍ଟ୍ରପତି ବିକ୍ରମସିଙ୍ଘେ

Published By : Prameya-News7 Bureau | July 21, 2023 IST

ନୂଆଦିଲ୍ଲୀ, ୨୧/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ପିଏମ ମୋଦୀ ଦ୍ବିପାକ୍ଷିକ ବାର୍ତ୍ତା ପୂର୍ବରୁ ବିକ୍ରମସିଙ୍ଘେଙ୍କୁ  ହାଇଦ୍ରାବାଦ ହାଉସରେ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦେଶରେ ୟୁପିଆଇ ଲଞ୍ଚ କରିବାକୁ ସହମତି ଦେଇଛନ୍ତି। ଦ୍ବିପାକ୍ଷିକ ଆଲୋଚନାରେ ମତ୍ସ୍ୟଜୀବୀଙ୍କ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଛି।

ତେବେ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ବିକ୍ରମସିଙ୍ଘେଙ୍କ ମଧ୍ୟରେ ଏୟାର କନେକ୍ଟିଭିଟିକୁ ବଢ଼ାଯିବାକୁ ସହମତି ହୋଇଛି। ବ୍ୟବସାୟିକ ଦୃଷ୍ଟିରୁ ଏବଂ ଯାଆସ ପାଇଁ ତାମିଲନାଡୁର ନାଗପଟ୍ଟିନମ ଏବଂ ଶ୍ରୀଲଙ୍କାର କୋଙ୍କସତୁରାଇ ମଧ୍ୟରେ ବୋଟ୍‌ ସେବା ଆରମ୍ଭ କରିବାର ଯୋଜନା ରହିଛି। ପିଏମ ମୋଦୀ କହିଛନ୍ତି ମତ୍ସଜୀବୀଙ୍କ ଜୀବନ ଜୀବିକା ପ୍ରସଙ୍ଗରେ ଉଭୟ ଦେଶ ମାନବୀୟ ଢ଼ଙ୍ଗରେ ଆଗକୁ ବଢ଼ିବେ।

ଆହୁରି ପଢ଼ନ୍ତୁ: ଭାରତ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ବନ୍ଧକୁ ନେଇ ହେବ ଆଲୋଚନା

ବୈଠକ ପରେ ନରେନ୍ଦ୍ର ମୋଦୀ କହିଛନ୍ତି ଶ୍ରୀଲଙ୍କା ସରକାର ତାମିଲ ଲୋକଙ୍କ ଆକାକ୍ଷାଂକୁ ପୂରା କରିବା ଏବଂ ସମାନତା, ନ୍ୟାୟ ଏବଂ ଶାନ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବ ବୋଲି କହିଛନ୍ତି। ସେହିପରି ରାଷ୍ଟ୍ରପତି ବିକ୍ରମସିଙ୍ଘେ କହିଛନ୍ତି ଯେ ଉଭୟ ଦେଶରେ ଟେକ୍ନୋଲୋଜି ବୁଝାମଣା ଚୁକ୍ତି ହୋଇଛି। ଏହା ଦ୍ବାରା ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ନିବେଶ ବଢ଼ାଇବାରେ ସାହାଯ୍ୟ ମିଳିବ। ଶ୍ରୀଲଙ୍କାକୁ ମଲ୍ଟି ପ୍ରୋଜେକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପିତ ହେବ। ସୂଚନାଥାଉକି, ଶ୍ରୀଲଙ୍କା ଆର୍ଥିକ ଭାବରେ ଦେବାଳିବ ହୋଇପଡ଼ିଥିଲା। ଅବଶ୍ୟ ଏବେ ସୁଧୁରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.