ଓ୍ବାସିଙ୍ଗ୍ଟନ୍ ୨୮।୦୯: ହ୍ବାଇଟ୍ ହାଉସ୍ରେ ସିକ୍ରେଟ ସର୍ଭିସ ଏଜେଣ୍ଟକୁ କାମୁଡ଼ିଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କୁକୁର । ସୋମବାର ଏଜେଣ୍ଟଙ୍କ ଉପରେ ଆକ୍ରମଣ କରିଛି ୨ ବର୍ଷିୟ ଜର୍ମାନୀ ସେଫଡ୍ କୁକୁର 'କମାଣ୍ଡର' । ଏନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଏଥରକୁ ମିଶାଇ ବାଇଡେନ୍ଙ୍କ କୁକୁର ହ୍ବାଇଟ୍ ହାଉସ୍ କି ବାଇଡେନ୍ଙ୍କ ପରିବାର ଲୋକଙ୍କୁ ୧୧ଥର କରିସାରିଛି ଆକ୍ରମଣ ।
{"id":850159,"sizeSlug":"full","linkDestination":"none"}ଅଧିକାରୀ ଜଣଙ୍କ କହିବା କଥା ହେଉଛି ସୋମବାର ରାତି ପ୍ରାୟ ୮ଟା ବେଳେ ବାଇଡେନ୍ଙ୍କ ପୋଷା କୁକୁର କାମୁଡି ଦେଇଛି । ଯାହାପରେ ତାଙ୍କର ଚିକିତ୍ସା କରାଯାଇଥିଲେ । ତେବେ ଅଫିସର୍ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି । ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୨ରେ ବାଇଡେନ୍ଙ୍କ କୁକୁର 'କମାଣ୍ଡର' ଜଣେ ସିକ୍ରେଟ୍ ଏଜେଣ୍ଟଙ୍କ ବାହୁ ଏବଂ ଜଙ୍ଘକୁ କାମୁଡି ଦେଇଥିଲା । ଯାହା ଫଳରେ ଏଜେଣ୍ଟ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା ।
wp:html/wp:htmlBiden’s dog Commander bites Secret Service agent again — marking 11th attack by first dog https://t.co/olE2HtUynD pic.twitter.com/0RqXHmU0t1
— New York Post (@nypost) September 26, 2023
ଏହାପୂର୍ବରୁ ଜୁଲାଇରେ ହ୍ବାଇଟ୍ ହାଉସର ପକ୍ଷରୁ କୁହାଯାଇଥିଲା କି ବାଇଡେନ୍ଙ୍କ ପରିବାର ଗୃହପାଳିତ ପଶୁଙ୍କ ପାଇଁ ନୂଆ ଟ୍ରେନିଂ ଏବଂ ପ୍ରୋଟକଲ୍ର ବ୍ୟବସ୍ଥା କରିଛନ୍ତି । ଆମେରିକାର ଫାଷ୍ଟ ଲେଡି ଏକ ବିବୃତିରେ କହିଥିଲେ କି ଲଗାତର ଭାବରେ କମାଣ୍ଡରର ତାଲିମ ଉପରେ କାମ କରାଯାଉଛି । ତେବେ ବାଇଡେନ୍ଙ୍କ ଆଉ ଏକ କୁକୁର ‘ମେଜର୍’ ମଧ୍ୟ ହ୍ବାଇଟ୍ ହାଉସ୍ରେ ଅନେକ ଲୋକଙ୍କୁ କାମୁଡି ସାରିଛି ।
{"id":850162,"sizeSlug":"full","linkDestination":"none"}ତେବେ କମାଣ୍ଡରକୁ ରାଷ୍ଟ୍ରପତିଙ୍କ ଭାଇ ଏବଂ ଭାଉଜ ଗିଫ୍ଟରେ ଦେଇଥିଲେ । ଏହାପୂର୍ବରୁ ପରିବାରରେ ଏକ ବିରାଡି ମଧ୍ୟ ରହିଛି । ଯାହାର ନାଁ ଓ୍ବିଲୋ । ବାଇଡେନ୍ଙ୍କ ପାଖରେ ପୂର୍ବରୁ ଚ୍ୟାମ୍ପ ନାମକ ଏକ ଜର୍ମାନୀ ସେଫଡ୍ କୁକୁର ରହିଥିଲା । ଯାହାର ମୃତ୍ୟୁ ୨୦୨୧ରେ ୧୩ ବର୍ଷ ବୟସରେ ହୋଇଥିଲା ।
You Can Read:
wp:embed {"url":"https://www.prameyanews7.com/manipur-violence-latest-update-death-bjp-office-fire-police/","type":"wp-embed","providerNameSlug":"prameya-news-7"} /wp:embed