ହରିୟାଣା ପାଇଁ ପ୍ରଥମ ତାଲିକାରେ କଂଗ୍ରେସ ଜାରି କଲା ୩୧ ପ୍ରାର୍ଥୀଙ୍କ ନାଁ, ଜୁଲାନାରୁ ଭିନେଶ ଫୋଗାଟଙ୍କୁ ଟିକଟ

Published By : Prameya-News7 Bureau | September 06, 2024 IST

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି । ଏହି ସୂଚୀରେ ୩୧ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି । ପାର୍ଟି ଶୁକ୍ରବାର ଦଳରେ ସାମିଲ ହୋଇଥିବା ଭିନେଶ ଫୋଗାଟଙ୍କୁ ଜୁଲାନାଙ୍କୁ ପ୍ରାର୍ଥୀ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ହୋଡଲ ଏବଂ ବାଦଲିରୁ ବର୍ତ୍ତମାନର ବିଧାୟକ କୁଳଦୀପ ବତ୍ସଙ୍କୁ ଟିକଟ ଦେଇଛି ।

ଜୁଲାନା ବିଧାନସଭା ଆସନରୁ କଂଗ୍ରେସ ଭିନେଶ ଫୋଗାଟଙ୍କୁ ମୈଦାନକୁ ଓହ୍ଲାଇଛି । ଏହାପରେ ଏଠାରେ କଡ଼ା ମୁକାବିଲା ହେବାର ଅନୁମାନ କରାଯାଉଛି । ୨୦୧୯ରେ ଏଠାରୁ ଜେଜେପି ନେତା ଅମର ଜିତ୍ ଡାଣ୍ଡା ନିର୍ବାଚନ ଲଢିଥିଲେ ଏବଂ ୬୧୯୪୨ ଭୋଟ ହାସଲ କରିଥିଲେ । ବିଜେପିକୁ ୩୭୭୪୯ ଭୋଟ ମିଳିଥିଲା ଏବଂ ଜେଜେପି ୨୪୧୯୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା ।


ଏବେ ଜୁଲାନା ବିଧାନସଭାରେ କଂଗ୍ରେସ ମଜଭୁତ ହେଇଥିବା ନଜର ଆସୁଛି । ପାର୍ଟି ଜୁଲାନା ବିଧାନସଭାରୁ ଅଲିମ୍ପିକ୍ସ ଖେଳାଳି ଭିନେଶ ଫୋଗାଟଙ୍କୁ ଟିକଟ ଦେଇ ବଡ଼ ଖେଳ ଖେଳିଛି । ପ୍ୟାରିସ୍ ଅଲିମ୍ପିକ୍ସରେ ୧୦୦ ଗ୍ରାମ ଓଜନ ପାଇଁ ଅଯୋଗ୍ୟ ହୋଇଥିଲେ ଭିନେଶ । ସେତେବେଳେ ତାଙ୍କୁ ଅନେକ ସହାନୁଭୂତି ମିଳିଥିଲା । ପ୍ୟାରିସରୁ ଭାରତ ଫେରିବା ବେଳେ ଦିଲ୍ଲୀ ବିମାନ ବନ୍ଦରରେ କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂହ ହୁଡ୍ଡା ତାଙ୍କୁ ସ୍ୱାଗତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଆଜି ହିଁ କଂଗ୍ରେସରେ ସାମିଲ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.