ମୁମ୍ଵାଇ ୧୧।୦୨; ପ୍ରୟାଗରାଜ ମହାକୁମ୍ଭ ମେଳାର ଭାଇରାଲ ଗର୍ଲ ମୋନାଲିସା । ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ତାଙ୍କ ନୀଳ ଆଖି ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାର ଥିଲେ। ସୋସିଆଲ ମିଡିଆରେ ମୋନାଲିସା ଭାଇରାଲ ହେବାପରେ ତାଙ୍କୁ ଲୋକେ ମହାକୁମ୍ଭରେ ଖୁବ ହଇରାଣ କରିଥିଲେ। ସେଥିପାଇଁ ସେ ମହାକୁମ୍ଭ ଛାଡ଼ି ନିଜ ଗାଁକୁ ଚାଲି ଯାଇଥିଲେ।
ରିପୋର୍ଟ ଅନୁଯାୟୀ, ମୋନାଲିସା ଫିଲ୍ମ ‘ଦ ମଣିପୁର ଡାଏରୀ’ର ସୁଟିଂ ପାଇଁ ଗାଁରୁ ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ସିନେମା ନିର୍ଦ୍ଦେଶକ ମନୋଜ ମିଶ୍ରାଙ୍କ ଆସିଷ୍ଟାଣ୍ଟ ମହେନ୍ଦ୍ର ଲୋଧି ମୋନାଲିସାଙ୍କୁ ନେବା ପାଇଁ ମହେଶ୍ବରରେ ଯାଇଥିଲେ। ଗାଁରୁ ମୁମ୍ବାଇ ମୋନାଲିସାଙ୍କୁ ସୁରକ୍ଷିତ ଭାବେ ଆଣିବା ମହେନ୍ଦ୍ର ଲୋଧି ସେଠାକର ଥାନା ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ମୋନାଲିସା ତାଙ୍କ ବଡ଼ ବାପା ବିଜୟ ପଟେଲ, ଭଉଣୀ ରୁପନ୍ନ ପଟେଲ ସହିତ ଇନ୍ଦୋର ଯାତ୍ରା କରିଥିଲେ। ଇନ୍ଦୋର ପହଞ୍ଚି ସେଠାରୁ ବିମାନ ଯୋଗେ ମୁମ୍ବାଇରେ ପହଞ୍ଚିଛନ୍ତି।
‘ଦ ମଣିପୁର ଡାଏରୀ’ରେ ମୋନାଲିସା ଜଣେ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ନଜର ଆସିବେ। ଏହି ସିନେମାର ସୁଟିଂ ମୁମ୍ବାଇରେ ଚାଲିଛି। ମୋନାଲିସା ଉଭୟ ମୁମ୍ବାଇ ଓ କୋଲକାତାରେ ପ୍ରଶିକ୍ଷଣ ନେବେ। ଏହାପରେ ସେ ସିନେମା ପାଇଁ ଅଭିନୟ ଆରମ୍ଭ କରିବେ। ଏହି ସିନେମାରେ ଜଣେ ସେନା ଅଧିକାରୀ ଭାବେ ଅନୁପମ ଖେର ନଜର ଆସିବେ। ପରଦାରେ ଅନୁପମ ଖେରଙ୍କ ଝିଅ ସାଜି ମୋନାଲିସା କ’ଣ ଜଲୱା ଦେଖାଉଛନ୍ତି ସେ ଅପେକ୍ଷାରେ ଅଛନ୍ତି ଦର୍ଶକ। ସିନେମା ନିର୍ଦ୍ଦେଶକ ମୋନାଲିସାଙ୍କ ଅଭିନୟକୁ ନେଇ ଖୁବ ଆଶବାଦୀ ଅଛନ୍ତି।