କୋହଲି ରିଟାୟର୍ଡ ପୋଷ୍ଟରେ କାହିଁକି ଲେଖିଲେ #269 ? ଏହାର ଅର୍ଥ କ’ଣ...

Published By : Prameya-News7 Bureau | May 13, 2025 IST

ନୂଆଦିଲ୍ଲୀ ୧୩।୦୫: ଟିମ୍ ଇଣ୍ଡିଆ କିମ୍ବଦନ୍ତୀ ବ୍ୟାଟର ବିରାଟ କୋହଲି । ସୋମବାର ଟେଷ୍ଟ କ୍ରିକେଟରୁ ନେଇଛନ୍ତି ସନ୍ୟାସ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅବସର ବିଷୟରେ ସୂଚନା ଦେଇଥିଲେ । କୋହଲି ଟେଷ୍ଟ ଜର୍ସି ପିନ୍ଧିଥିବା ଫଟୋ ସେୟାର କରିଥିଲେ । ଆଉ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ । 

ଏହି ପୋଷ୍ଟରେ ଏକ ହାସଟ୍ୟାଗ ଲେଖିଥିଲେ । ଯାହା ଉପରେ ସମସ୍ତଙ୍କର ରହିଥିଲା ନଜର । ସେଇଟା ହେଉଛି #269 ସାଇନିଂ ଅଫ୍। ତେବେ କଣ ଏହି #269 କଣ ? ଆସନ୍ତୁ ଜାଣିବା...

ବାସ୍ତବରେ ଏହା ତାଙ୍କର ଟେଷ୍ଟ କ୍ୟାପ୍ ନମ୍ବରକୁ ପ୍ରତିନିଧିତ୍ୱ କରେ । କୋହଲି ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ଏହି ଟେଷ୍ଟ ଡେବ୍ୟୁ ସମୟରେ କୋହଲିଙ୍କୁ ଦିଆଯାଇଥିଲା ଟେଷ୍ଟ କ୍ୟାପ୍  । ଆଉ ଏହାର ସଂଖ୍ୟା ଥିଲା ୨୬୯ । 

କ୍ରିକେଟରେ କ୍ୟାପ୍ ନମ୍ବରଗୁଡ଼ିକ ଜଣେ ଖେଳାଳି ତାଙ୍କ ଦେଶ ପାଇଁ କେଉଁ କ୍ରମରେ ଡେବ୍ୟୁ କରନ୍ତି ତାହା ସୂଚାଇଥାଏ। ଏହିପରି ଭାବେ କୋହଲି ଭାରତର ୨୬୯ତମ ଟେଷ୍ଟ ଖେଳାଳି ହୋଇଥିଲେ। କୋହଲି ମୋଟ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଆଉ କରିଛନ୍ତି ୯,୨୩୦ ରନ୍ । ଯେଉଁଥିରେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। 

ଟେଷ୍ଟ କ୍ରିକେଟରେ ବିରାଟ କୋହଲିଙ୍କ ସର୍ବାଧିକ ସ୍କୋର ହେଉଛି ୨୫୪ ରନ ଅପରାଜିତ। ଟେଷ୍ଟ ଅଧିନାୟକ ଭାବରେ ବିରାଟଙ୍କ ରେକର୍ଡ ଉତ୍କୃଷ୍ଟ ରହିଛି। ସେ ୬୯ଟି ମ୍ୟାଚ୍ ରେ ଭାରତକୁ ନେତୃତ୍ୱ ଦେଇଥିଲେ ଏବଂ ସେଥିମଧ୍ୟରୁ ୪୦ଟିରେ ବିଜୟୀ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.