ମୁମ୍ଵାଇ ୧୩।୦୫; ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି । ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାର ଗୋଟିଏ ଦିନ ପରେ ଉତ୍ତରପ୍ରଦେଶର କୃଷ୍ଣନଗରୀ ବୃନ୍ଦାବନରେ ପହଞ୍ଚିଥିଲେ । କୋହଲିଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ମଧ୍ୟ ଯାଇଛନ୍ତି । ମଙ୍ଗଳବାର ସକାଳୁ ସେ କେଲି କୁଞ୍ଜ ଆଶ୍ରମରେ ପହଞ୍ଚି ପ୍ରେମାନନ୍ଦ ମହାରାଜଙ୍କ ଆଶିର୍ବାଦ ନେଇଥିଲେ । ବିରାଟ୍ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ସହ ୧୫ ମିନିଟ୍ ଏକାନ୍ତରେ ବାର୍ତ୍ତାଳାପ କରିଥିଲେ । ବାକି ସମୟରେ ସେ ଆଶ୍ରମର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ।
#WATCH मथुरा, उत्तर प्रदेश: #ViratKohli और अनुष्का शर्मा उत्तर प्रदेश के वृंदावन पहुंचे। pic.twitter.com/qkcteEXHSy
— ANI_HindiNews (@AHindinews) May 13, 2025
ଦମ୍ପତି ଆଶ୍ରମରେ ୨ ଘଣ୍ଟା ୨୦ ମିନିଟ୍ ସମୟ ରହିଥିଲେ । ପ୍ରେମାନନ୍ଦ ମହାରାଜଙ୍କ ସହ ବାର୍ତ୍ତାଳାପ କରି ଫେରିବା ବେଳେ ଦୁହେଁ କାରରେ ମାସ୍କ୍ ଲଗାଇ ବସିଥିବାର ନଜର ଆସିଥିଲେ । ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ନେବା ପରେ ଦିଲ୍ଲୀ ବାହାରିଥିଲେ ।ଗତକାଲି ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ୍ ହୋଇଥିଲେ। ଫ୍ୟାନ୍ସ ଭାବିଥିଲେ ଯେ ସେ ବିଦେଶ ଛୁଟିରେ ଯାଇଥିବେ । କିନ୍ତୁ ବିରୁଷ୍କା ବୃନ୍ଦାବନ ଯାଇଥିଲେ । ଏହାକୁ ସମୂର୍ଣ୍ଣ ଗୋପନୀୟ ରଖାଯାଇଥିଲା ।
କହିବାକୁ ଗଲେ ପୂର୍ବରୁ, ବିରାଟ କୋହଲି ତାଙ୍କ ପରିବାର ସହିତ ଜାନୁଆରୀ ୨୦୨୩ରେ ପ୍ରଥମ ଥର ପାଇଁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଭେଟିବାକୁ ଆସିଥିଲେ। ସେ ଚଳିତ ବର୍ଷ ଜାନୁଆରୀ ମାସରେ ଦ୍ୱିତୀୟ ଥର ପାଇଁ ଏଠାକୁ ଆସିଥିଲେ। ତେବେ ଏହାକୁ ନେଇ ୩ ଥର କୋହଲି ଦମ୍ପତି ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଆସିଛନ୍ତି । ବିରାଟ ଏବଂ ଅନୁଷ୍କା ଦୁହେଁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଭକ୍ତ ।