ଭାରତ-ପାକିସ୍ତାନ ବିବାଦର ଗୋଟିଏ ସମାଧାନ ହେଲା ଯୁଦ୍ଧ, ୪୮ ଘଣ୍ଟାରେ ସଫା ହୋଇଯିବ ପାକିସ୍ତାନ : ଜୟନାରାୟଣ

Published By : Prameya-News7 Bureau | May 08, 2025 IST

ଭୁବନେଶ୍ବର ୮: ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଭାରତ ଓ ପାକିସ୍ତାନ ବିବାଦର ଗୋଟିଏ ସମାଧାନ ହେଲା ଯୁଦ୍ଧ । ତାଙ୍କର ମାନସିକତା କେବେ ବି ବଦଳିବ ନାହିଁ । ପୃଥିବୀ ପୃଷ୍ଠରୁ ଏବଂ ଭୂଗୋଳରୁ ଲିଭିଯିବ ପାକିସ୍ତାନ ଆଉ ଇତିହାସ ପାଲଟିଯିବ । ଏଇଟା ପ୍ରକୃଷ୍ଟ ସମୟ । ଏହାର ସଦୁପଯୋଗ କରାଯିବା ଦରକାର । ଯୁଦ୍ଧ ହେଲେ ୪୮ ଘଣ୍ଟାରେ ସଫା ହୋଇଯିବ ପାକିସ୍ତାନ । ପ୍ରତି କଥାର ଉତ୍ତର ଯୁଦ୍ଧ ନୁହଁ । ଅନେକ ପ୍ରଭାବ ପଡିବ ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଜନ୍ମ ଯୁଦ୍ଧ ପାଇଁ । ମୁଁ ଲଢିବା ପାଇଁ ପ୍ରସ୍ତୁତ । ମୋ ଶରୀର କେତେ ସାଥ୍ ଦେବ ଜାଣିନି କିନ୍ତୁ ମାନସିକ ଭାବେ ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ । 

You Can Read:

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା, ସୁପ୍ରିମକୋର୍ଟଙ୍କ ରାୟ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.