IAS-IPSଙ୍କର ଟ୍ରାନ୍ସଫର୍‌ ହେଲେ ମିଳେ କେଉଁ ସୁବିଧା ? କେମିତି ଉପକୃତ ହୁଅନ୍ତି ଅଧିକାରୀ...

Published By : Prameya-News7 Bureau | January 15, 2025 IST

ନୂଆଦିଲ୍ଲୀ ୧୫।୦୧: IAS-IPS । ଦେଶର ଉଚ୍ଚପଦସ୍ତ ପଦ । ଅଧିକାରୀଙ୍କ ଉପରେ ରହିଥାଏ ଗୁରୁଦାୟିତ୍ବ । ଏମାନଙ୍କୁର ଅନେକ ସମୟରେ କରାଯାଏ ଟ୍ରାନ୍ସଫର । ଅନେକ କାରଣରୁ ଅଧିକାରୀଙ୍କର ଟ୍ରାନ୍ସଫର କରାଯାଇଥାଏ । ଖାସ୍‌ କରି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଏବଂ ପ୍ରଶାସନିକ ଆବଶ୍ୟକତା ଆଧାରରେ କରାଯାଇଥାଏ ଟ୍ରାନ୍ସଫର । ଅଧିକାରୀଙ୍କର ବଦଳି କରିଥାନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । କିନ୍ତୁ ଜାଣନ୍ତି କି IAS-IPS ଅଧିକାରୀମାନେ ଟ୍ରାନ୍ସଫର ହେଲେ କ’ଣ ସୁବିଧା ପାଆନ୍ତି ? ସରକାରଙ୍କ ନିର୍ଦ୍ଦେଶରେ IAS-IPS ଅଧିକାରୀଙ୍କ ଅଦଳ-ବଦଳ ଏକ ନିୟମିତ ପ୍ରକ୍ରିୟା । ଏଥିରେ କୌଣସି ଅଧିକାରୀ କିଛି କରିପାରିବେ ନାହିଁ । 

IAS-IPSମାନଙ୍କର ଟ୍ରାନ୍ସଫର ସର୍ବଦା ବିଭାଗୀୟ ନିୟମ ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ହୋଇଥାଏ। ନିୟମ ଅନୁଯାୟୀ ଟ୍ରାନ୍ସଫର ସମୟରେ ଅଧିକାରୀଙ୍କ କାର୍ଯ୍ୟକାଳ, କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କ କାର୍ଯ୍ୟକ୍ଷେତ୍ରର ଆବଶ୍ୟକତାକୁ ବିଚାରକୁ ନିଆଯାଏ । ଏହି ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ସରକାରରେ ଏକ ଉଚ୍ଚସ୍ତରୀୟ କମିଟି ରହିଛି । ଯାହା ଅଧିକାରୀଙ୍କ ସ୍ଥାନାନ୍ତର ସମ୍ପର୍କରେ ନିଷ୍ପତ୍ତି ନେଇଥାଏ। ତେବେ ଆସନ୍ତୁ ଜାଣିବା ଟ୍ରାନ୍ସଫର ସମୟରେ କେଉଁ କେଉଁ ସୁବିଧା ମିଳିଥାଏ ? 

ବଦଳି ସମୟରେ ଅଧିକାରୀଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଏ । ଯେଉଁଥିରେ ମୁଖ୍ୟତଃ ରହିବା, ଯାନବାହାନ, ଡ୍ରାଇଭର ଏବଂ ସୁରକ୍ଷା ବାହିନୀ ସାମିଲ ରହିଥାଏ । IAS-IPS ଅଧିକାରୀଙ୍କ ଟ୍ରାନ୍ସଫର ସମୟରେ ଅନ୍ୟସ୍ଥାନକୁ ସାମଗ୍ରୀ ପରିବହନର ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି ସରକାର । ନୂଆ ସ୍ଥାନରେ ପୋଷ୍ଟିଂ ହେବା ପରେ ଅଧିକାରୀଙ୍କୁ ଏକ ନୂଆ ବଙ୍ଗଳା ଦିଆଯାଏ । ଯଦି ଆବାସ ବଣ୍ଟନ ପ୍ରକ୍ରିୟାରେ ବିଳମ୍ବ ହୁଏ, ତେବେ ତାଙ୍କୁ ଅନ୍ୟ କୌଣସି ସରକାରୀ ଗେଷ୍ଟହାଉସ୍‌ରେ ରହିବାର ବ୍ୟବସ୍ଥା କରାଯାଇଥାଏ ।

IAS-IPS ଅଧିକାରୀମାନଙ୍କୁ ସେମାନଙ୍କର ପୂର୍ବ ପୋଷ୍ଟିଂ ସ୍ଥାନରେ ପରିବାରକୁ ଭେଟିବା ପାଇଁ ଅତିରିକ୍ତ ସମୟ ଦିଆଯାଏ । ଏହାବ୍ୟତୀତ ଟ୍ରାନ୍ସଫର ସମୟରେ ଅଧିକାରୀ ଏବଂ ତାଙ୍କ ପରିବାରକୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଆବଶ୍ୟକ ହେଉଥିବା ସବୁ ଗାଡିଭଡ଼ା ମଧ୍ୟ ସରକାର ବହନ କରନ୍ତି । ସରକାରୀ ବାସସ୍ଥାନରେ ଥିବା ଜରୁରୀ ଜିନିଷପତ୍ରର ସବୁ ଖର୍ଚ୍ଚ ମଧ୍ୟ ସରକାର ବହନ କରନ୍ତି । ଟ୍ରାନ୍ସଫର ପରେ ନୂଆ ସ୍ଥାନରେ ଜଏନ୍‌ କରିବା ମାତ୍ରେ ହିଁ ସେମାନଙ୍କୁ ଗାଡ଼ି ଏବଂ ଡ୍ରାଇଭର ସୁବିଧା ଯୋଗାଇ ଦିଆଯାଇଥାଏ।

ଏବେ ପ୍ରଶ୍ନ ଆସୁଛି କେତେବେଳେ ହୋଇଥାଏ IAS-IPS ଅଧିକାରୀଙ୍କ ଟ୍ରାନ୍ସଫର ? ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯେକୌଣସି ସମୟରେ IAS-IPS ଅଧିକାରୀଙ୍କୁ ବଦଳି କରିପାରିବେ । କିନ୍ତୁ ଅଧିକାରୀଙ୍କ ଟ୍ରାନ୍ସଫରର ଅନେକ କାରଣ ଥାଇପାରେ । ଉଦାହରଣ ସ୍ୱରୂପ ଯଦି ଜଣେ ଅଧିକାରୀଙ୍କ କାମ ଭଲ ନଥାଏ, ତେବେ ତାଙ୍କୁ ଅନ୍ୟ ସ୍ଥାନକୁ ପଠାଯାଇ ପାରିବ। ଏହାବ୍ୟତୀତ ଅଧିକାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ଦେବା ପାଇଁ ସେମାନଙ୍କୁ ବଦଳି ମଧ୍ୟ କରାଯାଏ । ତେଣୁ ଅଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ହୋଇଥାଏ ଟ୍ରାନ୍ସଫର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.