ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି । ରାଜ୍ୟରେ ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗରେ ମମତା ସରକାରଙ୍କୁ ଘେରିଛି । ଏହାରି ଭିତରେ ବୁଧବାର ବିଳମ୍ୱିତ ରାତିରେ ଯୁବତୀ ଏବଂ ମହିଳାମାନେ କୋଲକାତାର ରାସ୍ତାକୁ ଓହ୍ଲାଇଥିଲେ । ମହିଳାମାନେ ଆରଜି କର ହସ୍ପିଟାଲ୍ ବାହାରେ 'ରିକ୍ଲେମ୍ ଦ ନାଇଟ୍' ଅଭିଯାନରେ ରାତିରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ଏହି ସମୟରେ ହଠାତ୍ ପ୍ରଦର୍ଶନକାରୀଙ୍କ ବେଶରେ ଉପଦ୍ରବୀମାନେ ହସ୍ପିଟାଲରେ ହିଂସାକାଣ୍ଡ ଘଟାଇଥିଲେ ।
Also Read: ଇନ୍ଦୋରରେ ଡାକ୍ତରଙ୍କ ଆନ୍ଦୋଳନ ଜାରି, OPD ବନ୍ଦ ହେବାରୁ ରୋଗୀ ହନ୍ତସନ୍ତ
କୋଲକାତା ବ୍ୟତୀତ, ବେଙ୍ଗଲର ବିଭିନ୍ନ ସ୍ଥାନରେ ରାତିରେ ମହିଳାମାନେ ରାସ୍ତାକୁ ଓହ୍ଲାଇ ମହିଳା ଡାକ୍ତର ପାଇଁ ନ୍ୟାୟ ଦାବି କରିଥିଲେ । ତେବେ କାହା ଡାକାରରେ ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା ।
ରିପୋର୍ଟ ଅନୁସାରେ ରିମଝିମ ସିହ୍ନାଙ୍କ ଡାକରାରେ ମହିଳା-ପୁରୁଷ ଏକ ହୋଇ ରାସ୍ତାକୁ ଓହ୍ଲଇଥିଲେ ଏବଂ ମୃତ ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରିଥିଲେ । ରିମଝିମ ସିହ୍ନା କୋଲକାତାର ପ୍ରେସିଡେଣ୍ଟ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରର ପୂର୍ତତନ ରିସର୍ଚ୍ଚର । ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଶୁଣି ରିମଝିଅ ସ୍ତବ୍ଧ ହୋଇଯାଇଥିଲେ । ଅଗଷ୍ଟ ୧୪ ରାତିରେ ଏକ ବିରୋଧ ପ୍ରଦର୍ଶନ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । 'ଦ' ନାଇଟ୍ ଇଜ୍ ଆୱର୍ସ' । ଏହି ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା ଯେ ଭାରତକୁ ଅଗଷ୍ଟ ୧୪-୧୫ ରାତିରେ ସ୍ୱାଧୀନତା ମିଳିଥିଲା, କିନ୍ତୁ ମହିଳାଙ୍କୁ ଏଠାରେ ଆଜି ଯାଏ ସଠିକ୍ ଭାବେ ସ୍ୱାଧୀନତା ମିଳିପାରି ନାହିଁ । ସେ ନିଜ ଚିନ୍ତାଧାରାକୁ ଫେସବୁକରେ ପୋଷ୍ଟ କରିଥିଲେ, ଯାହା ଭାଇରାଲ ହୋଇଥିଲା । ଅନେକ ଲୋକ ଏହାକୁ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ଏବଂ ଅନେକ ମହିଳା ଏହି ବିରୋଧରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
Also Read: ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ସମନ ପଠାଇଲା ସିବିଆଇ, ୧୫ ଜଣଙ୍କ ବୟାନ ରେକର୍ଡ
ରିମଝିମ ନ୍ୟୁଜ୍ ୧୮କୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମୁଁ ଚିନ୍ତା କରିଥିଲି ଯେ ସ୍ୱାଧୀନତା ଦିବସ ରାତିରେ ଯେତେବେଳେ ଭାରତ ସ୍ୱାଧୀନତାର ଉତ୍ସବ ପାଳନ କରୁଥିବ, ସେତେବେଳେ ମୁଁ ଜଣେ ମହିଳା ଭାବେ ନିଜ ସ୍ୱାଧୀନତାକୁ ଉପଭୋଗ କରିବି । ମୁଁ ସେହି ସମସ୍ତ ବ୍ୟକ୍ତି, ଯେଉଁମାନେ ଏହି ଘଟଣା ସହ ନିଜକୁ ଯୋଡ଼ି ଦେଖନ୍ତି ସେମାନଙ୍କୁ ନିଜ ସ୍ୱାଧୀନତାକୁ ପାଳନ କରିବା ପାଇଁ ଆହ୍ୱାନ କରିଥିଲି । ଏବେ ଏହା ଉପରେ ଯେଉଁ ପ୍ରତିକ୍ରିୟା ମିଳିଛି ସେଥିରେ ମୁଁ ଅଭିଭୂତ ।
ଏହି ଅଭିଯାନ ପଶ୍ଚିମବଙ୍ଗ ଏବଂ ଖାସ୍ କରି କୋଲକାତାରେ 'ରିକ୍ଲେମ୍ ଦ ନାଇଟ୍' ଅଭିଯାନ ଅଧିନରେ ବିରୋଧ ପ୍ରଦର୍ଶନ ରାତି ୧୧.୫୫ରେ ଆରମ୍ଭ ହୋଇଥିଲା । ସୋସିଆଲ୍ ମିଡିଆ ଜରିଆରେ ଅଭିଯାନ ବଡ଼ ହୋଇ କୋଲକାତାର ଅନେକ ଐତିହାସିକ ସ୍ଥଳୀ ସହ ଛୋଟ ଏବଂ ବଡ଼ ସହରର ପ୍ରମୁଖ କ୍ଷେତ୍ରରେ ବ୍ୟାପି ଥିଲା । ରିକ୍ଲେମ୍ ଦ ନାଇଟ୍ ନାମରେ ମହିଳା ମୁକ୍ତି ଆନ୍ଦୋଳନ ୧୯୭୭ ମସିହାରେ ଇଂଲଣ୍ଡର ଲିଡ୍ସରେ ହୋଇଥିଲା ।