ମୁଁ ନିଜକୁ 'ଅନୁରାଗ ବାସୁଙ୍କ ନାୟିକା' ବୋଲି କହିପାରିବି; ଏପରି କାହିଁକି କହିଲେ ସାରା ଅଲି ଖାନ?

Published By : Prameya-News7 Bureau | June 15, 2025 IST

ମୁମ୍ଵାଇ ୧୫।୦୬; ଚାହିଦାରେ ଥିବା ହିନ୍ଦୀ ଫିଲ୍ମ ଅଭିନେତ୍ରୀଙ୍କ ମଧ୍ୟରୁ ସାରା ଅଲ୍ଲୀ  ଖାନ ଅନ୍ୟତମ । ‘କେଦାରନାଥ’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ  କରିଥିଲେ ସେ । ପରେ ପରେ ସେ ‘ଲଭ୍‌ ଆଜ୍‌ କଲ୍‌’, ‘କୁଲି  ନଂ ୧’, ‘ଅତରଙ୍ଗି ରେ’, ‘ରକି ଔର୍‌ ରାନୀ କି ପ୍ରେମ କହାନୀ’,  ‘ଏ ୱତନ ମେରେ ୱତନ’ ଆଦି ସିନେମାରେ ନଜର ଆସିଛନ୍ତି ।  ଭିନ୍ନ ଭିନ୍ନ ଚରିତ୍ର, ନାୟକଙ୍କ ସହ ଅଭିନୟ କରି ବେଶ୍‌ ପ୍ରଶଂସା  ସାଉଁଟିଛନ୍ତି । ଉଭୟ ସିନେପ୍ରେମୀ ଓ ସିନେ ସମୀକ୍ଷକଙ୍କ ପ୍ରିୟ  ନାୟିକା ତାଲିକାରେ ସାମିଲ ବି ହୋଇଛନ୍ତି । ଶେଷଥର ପାଇଁ ସେ  ‘ସ୍କାଇ ଫୋର୍ସ’ ଚଳଚ୍ଚିତ୍ରରେ ଗୀତା ବିଜୟା ନାମକ ଚରିତ୍ର  ନିର୍ବାହ କରିଥିଲେ । 

୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ  ଉପରେ ଆଧାରିତ ଏହି ସିନେମାରେ ସାରାଙ୍କ ସହିତ  ଅକ୍ଷୟ କୁମାର, ବୀର ପହାଡ଼ିଆ ଓ ନିମ୍ରତ କୌର ନଜର  ଆସିଥିଲେ । ସାରାଙ୍କ ଆଗାମୀ ଫିଲ୍ମ ମଧ୍ୟରେ ରହିଛି  ‘ମେଟ୍ରୋ ଇନ ଦିନୋ’ । ଜୁଲାଇ ୪ ତାରିଖରେ   ଏହି ସିନେମାଟି ପ୍ରେକ୍ଷାଳୟକୁ ଆସିବ । ପ୍ରେମ   ଓ ପାରିବାରିକ କଥାବସ୍ତୁ ଆଧାରିତ ଏ ଫିଲ୍ମର   ନିର୍ଦ୍ଦେଶକ ଅନୁରାଗ ବସୁ । ଅଳ୍ପ ଦିନ ତଳେ ଏ   ଫିଲ୍ମର ଟ୍ରେଲର ଲଞ୍ଚ୍‌ ଉତ୍ସବରେ ଉପସ୍ଥିତ ରହି   ସାରା ଏମିତି ପଦେ କଥା କହିଥିଲେ, ଯାହା  ସମସ୍ତଙ୍କ ମନକୁ ଛୁଇଁଥିଲା । ସାରା  କହିଥିଲେ, ସେ ବର୍ତ୍ତମାନ  ନିଜକୁ ଅନୁରାଗ  ବସୁଙ୍କ ହିରୋଇନ୍‌ ବୋଲି କହିପାରିବେ ।

ସାରାଙ୍କ ଏଇ କଥାରୁ  ଏହା ସ୍ପଷ୍ଟ ହେଉଛି ଯେ, ନିଜ କ୍ୟାରିୟରରେ ସେ ଅନୁରାଗଙ୍କ  ସହ କାମ କରିନଥିଲେ ଓ ଅନୁରାଗଙ୍କ ଫିଲ୍ମରେ କାମ କରିବା   ପାଇଁ ସ୍ୱପ୍ନ ଦେଖୁଥିଲେ । ସାତ ବର୍ଷର ଅଭିନୟ କ୍ୟାରିୟର,  ଡଜନେ ପାଖାପାଖି ଫିଲ୍ମ ଓ ରୋହିତ ସେଟ୍ଟୀ, ଇମ୍‌ତିଆଜ ଅଲ୍ଲୀ, ଡେଭିଡ ଧୱନ, କରନ୍‌ ଜୋହରଙ୍କ   ଭଳି ନିର୍ଦ୍ଦେଶକଙ୍କ ଫିଲ୍ମରେ  ଅଭିନୟ ପରେ ଅନୁରାଗଙ୍କ  ନିର୍ଦ୍ଦେଶନାରେ ଅଭିନୟ  ସୁଯୋଗ ମିଳିଛି ସାରାଙ୍କୁ ।  ଏହା ହିଁ ବୋଧେ   ସାରାଙ୍କୁ ଅଧିକ ଖୁସି  ଦେଇଛି । ସାରା  ତାଙ୍କର ଇନ୍‌ଷ୍ଟାଗ୍ରାମ  ଏକାଉଣ୍ଟରେ ମଧ୍ୟ  ଏହା ଉଲ୍ଲେଖ   କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.