ତିନି ଥର ପ୍ରେମରେ ପଡିଥିଲେ, ୪୯ ବର୍ଷୀୟ ଅକ୍ଷୟ ଖନ୍ନା ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି?

Published By : Prameya-News7 Bureau | February 06, 2025 IST

ମୁମ୍ଵାଇ ୦୬।୦୨; ଅକ୍ଷୟ ଖନ୍ନା ବଲିଉଡର ସବୁଠାରୁ ଟ୍ୟାଲେଣ୍ଟ ଅଭିନେତାଙ୍କ ମଧ୍ୟରୁ ଜଣେ। କିଛି ଦଶନ୍ଧି ଧରି କ୍ୟାରିଅର କରିବା ସତ୍ତ୍ୱେ, ସେ ପ୍ରାୟତଃ ଲାଇମଲାଇଟ୍ ଏବଂ ବ୍ୟକ୍ତିଗତରୁ ଦୂରରେ ରହିଛନ୍ତି। ଅକ୍ଷୟଙ୍କ ବାପା ବିନୋଦ ଖନ୍ନା ବଡ଼ ଷ୍ଟାର ଥିଲେ। ହେଲେ ପୁଅଙ୍କ ଚମତ୍କାର ଅଭିନୟ ସତ୍ତ୍ୱେ ବି ସେ ସେତେଟା ଫେମ୍‌ ପାଇ ନ ଥିଲେ। ଅକ୍ଷୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ସେହି ସମୟରେ, ସେ ଥରେ ତାଙ୍କ ବିବାହ ବିଷୟରେ କହିଥିଲେ।    

୨୭ ବର୍ଷ ବଡ଼ ଜୟଲଳିତାଙ୍କୁ ଡେଟ୍ କରିବାକୁ ଚାହୁଁଥିଲେ                                                                                         ପିଲାଟି ଦିନରୁ ସେ ସିନେମା ପ୍ରତି ଆକର୍ଷିତ ହେଉଥିଲେ। ବାପାଙ୍କ ବଡ଼ ନାମ ଯୋଗୁ ସେ ସିନେମାରେ ପାଦ ଥାପିଥିଲେ। ବଡ଼ ପରଦାରେ ପ୍ରେମିକ ସାଜି ସମସ୍ତଙ୍କ ହୃଦୟ ଜିତିଥିଲେ ଅକ୍ଷୟ। ହେଲେ ବାସ୍ତବିକ ଜୀବନରେ ସେ ଯେତେଥର ପ୍ରେମରେ ପଡ଼ିଥିଲେ ବିଫଳ ହୋଇଥିଲେ। ଅକ୍ଷୟ ନିଜ ଠାରୁ ୨୭ ବର୍ଷ ବଡ଼ ଜୟଲଳିତାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ଏହାପରେ ତାଙ୍କ ନାମ ତିନିଜଣ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିଲା।

ଅକ୍ଷୟ ଖନ୍ନାଙ୍କ ଜୀବନରେ ତାରା ଶର୍ମା ଆସିଥିଲେ। ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା। ତାରାଙ୍କ ସହ ତାଙ୍କର ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। 'ତାଲ' ଫିଲ୍ମରେ କାମ କରିବା ସମୟରେ, ଐଶ୍ୱର୍ଯ୍ୟା ଏବଂ ଅକ୍ଷୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ଏହି ସମୟରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏକ ସାକ୍ଷାତକାର ସମୟରେ ଅକ୍ଷୟ ନିଜେ କହିଥିଲେ ଯେ ସେ ଐଶ୍ୱର୍ଯ୍ୟାଙ୍କ ସୁନ୍ଦର ଚେହେରାରୁ ଆଖି ଫେରାଇ ପାରୁନାହାନ୍ତି। ହେଲେ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ତିଷ୍ଠି ପାରିଲା ନାହିଁ।

କରିସ୍ମାଙ୍କ ସହ ବିବାହ ପୂର୍ବରୁ ତାଙ୍କ ମାଆ ସାଜିଲେ ଖଳନାୟକ 

ଐଶ୍ଵର୍ଯ୍ୟାଙ୍କ ପରେ କପୁର ପରିବାରର କରିସ୍ମାଙ୍କ ଠାରୁ ଅକ୍ଷୟଙ୍କ ପାଇଁ ଏକ ପ୍ରସ୍ତାବ ଆସିଥିଲା। କରିସ୍ମାଙ୍କ ବାପା ରଣଧୀର କପୁର ନିଜେ ତାଙ୍କ ଝିଅର ପ୍ରସ୍ତାବ ବିନୋଦଙ୍କ ଘରକୁ ପଠାଇଥିଲେ, କିନ୍ତୁ ଏହି ପ୍ରେମକାହାଣୀରେ ଖଳନାୟକ ସାଜିଥିଲେ କରିସ୍ମାଙ୍କ ମା' ବବିତା କପୁର। ସେହି ସମୟରେ କରିସ୍ମାଙ୍କ କ୍ୟାରିଅର ଶୀର୍ଷରେ ଥିଲା ଏବଂ ବବିତା ଚାହୁଁ ନଥିଲେ ଯେ କରିସ୍ମା ତାଙ୍କ କ୍ୟାରିଅରର ଏହି ପର୍ଯ୍ୟାୟରେ ବିବାହ କରନ୍ତୁ। 

ତେଣୁ ସେ ଏହି ସମ୍ପର୍କକୁ ମନା କରିଦେଇଥିଲେ। ଅନେକ ଥର ସମ୍ପର୍କରେ ବିଫଳ ହେବା ପରେ, ଅକ୍ଷୟ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ, 'ମୁଁ ଭାବୁନାହିଁ ଯେ ମୁଁ ଅଧିକ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିପାରିବି ଏବଂ ଦ୍ୱିତୀୟତଃ ମୁଁ ପିଲାଙ୍କୁ ପସନ୍ଦ କରେ ନାହିଁ, ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ କେବେ ବିବାହ କରିବି ନାହିଁ, ମୁଁ ଏକା ରହିବି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.