୧ ଜାନୁଆରୀରେ କାହିଁକି ପାଳନ କରାଯାଏ ନୂଆ ବର୍ଷ, ଜାଣନ୍ତୁ ଏହାର କାରଣ…

Published By : Prameya-News7 Bureau | January 01, 2025 IST

ନୂଆଦିଲ୍ଲୀ ୦୧।୧୨; ନୂଆ ବର୍ଷ ଆସିବା ନେଇ ପୁରା ଦୁନିଆରେ ସେଲିବ୍ରେସନ କରାଯାଏ । ୩୧ ଡିସେମ୍ଵର ରାତିରେ ୧ ଜାନୁଆରୀର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ନୂଆ ବର୍ଷ ସବୁବେଳେ  ଜାନୁଆରୀରେ କାହିଁକି ପାଳନ କରାଯାଏ? ଆସନ୍ତୁ ଜାଣିବା ଏହାର ପୂରା କାରଣ…

ଯେଉଁ ନୂଆ ବର୍ଷକୁ ୧ ଜାନୁଆରୀରେ ପାଳନ କରାଯାଏ । ତାହା ଗ୍ରିଗୋରିୟନ କ୍ୟାଲେଣ୍ଡରର ନୂଆ ବର୍ଷ। ଏହା ବ୍ୟତୀତ ଅନ୍ୟ କ୍ୟାଲେଣ୍ଡରରେ ଥାଏ । ଏହି କ୍ୟାଲେଣ୍ଡରର ଆରମ୍ଭ ୧୫୮୨ରେ ହୋଇଥିଲା ।  ଏହି କ୍ୟାଲେଣ୍ଡର ପୂର୍ବରୁ ଋଷର ଜୁଲିୟନ କ୍ୟାଲେଣ୍ଡର ପ୍ରଚଳନରେ ଥିଲା। ଏହି କ୍ୟାଲେଣ୍ଡରରେ ୧୦ ମାସ ଯାଏଁ ଥାଏ । କ୍ୟାଲେଣ୍ଡ ଅନୁଯାୟୀ କ୍ରିସମାସ ଗୋଟିଏ ଦିନ ଆସେ ନାହିଁ। ଖ୍ରୀଷ୍ଟମାସ ନିଶ୍ଚିତ କରିବା ପାଇଁ ୧୫ ଅକ୍ଟୋବର ୧୫୮୨କୁ ଆମେରିକାର ଏଲୟସିସ୍‌ ଲିଲିଓସରେ ଗ୍ରିଗୋରିୟନ କ୍ୟାଲେଣ୍ଡର ଆରମ୍ଭ କରିଥିଲା।

ଗ୍ରିଗୋରିୟନ କ୍ୟାଲେଣ୍ଡର ଅନୁଯାୟୀ ଜାନୁଆରୀ ବର୍ଷର ପ୍ରଥମ ମାସ ହୋଇଥାଏ। ଡିସେମ୍ଵରରେ ଖ୍ରୀଷ୍ଟମାସ ଯିବା ପରେ ବର୍ଷର ଶେଷ ମାସ ହୁଏ ।  ଏହି କ୍ୟାଲେଣ୍ଡରରେ ଖ୍ରୀଷ୍ଟମାସ ପ୍ରତି ବର୍ଷ ୨୫ ଡିସେମ୍ଵରକୁ ନିଶ୍ଚିତ ହୋଇଥିଲା । ଯେକୌଣସି କ୍ୟାଲେଣ୍ଡର ସୂର୍ଯ୍ୟ ଚକ୍ର ବା ଚନ୍ଦ୍ର ଚକ୍ର ଦ୍ଵାରା ଗଣନା କରାଯାଏ । ଚନ୍ଦ୍ର ଚକ୍ରରେ ପ୍ରସ୍ତୁତ କ୍ୟାଲେଣ୍ଡରରେ ୩୫୪ ଦିନ ହୋଇଥାଏ । ସୂର୍ଯ୍ୟ ଚକ୍ରରେ ୩୬୫ ଦିନ ହୁଏ । ଗ୍ରିଗୋରିୟନ କ୍ୟାଲେଣ୍ଡର ସୂର୍ଯ୍ୟ ଚକ୍ର ଉପରେ ଆଧାରିତ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.