ପେଟରେ ହେଉଥିଲା ଯନ୍ତ୍ରଣା, ଇଞ୍ଜେକ୍ସନ ଦେଲେ ଦାନ୍ତ ଡାକ୍ତର : ପ୍ରାଣ ହରାଇଲେ ମହିଳା

Published By : Prameya-News7 Bureau | August 14, 2025 IST

ଭଦ୍ରକ ୧୪।୮: ରୋଗ ଭଲ କରିବାକୁ ଯାଇଥିଲେ ମେଡ଼ିକାଲ, ହେଲେ ଶବ ହୋଇ ଫେରିଲେ । ପେଟ କାମୁଡା ରୋଗୀଙ୍କୁ ଭୁଲ୍ ଇଞ୍ଜେକସନ ଦେଲେ ଦାନ୍ତ ଡ଼ାକ୍ତର । ଯେଉଁଥି ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା  ଅଭିଯୋଗ ଆଣିଛନ୍ତି ପରିବାର । ଏହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି । ମୃତଦେହ ରଖି ସମ୍ପର୍କୀୟ ଓ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ମେଡିକାଲରେ ପୋଲିସ ଫୋର୍ସ  ମୁତୟନ କରାଯାଇଛି  । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପୂରିପଡ଼ା ଗାଁର ବିନୋଦିନୀ ରାଉତଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅଭିଯୋଗ ଅନୁଯାୟୀ ସେଠାରେ ଦାୟିତ୍ଵରେ ଥିବା ଜଣେ ଦାନ୍ତ ଡାକ୍ତର ଇଞ୍ଜେକସନ ଦେବା ପରେ ସ୍ଥିତି ବିଗିଡ଼ିଥିଲା । ପରିବାର ଲୋକେ ବିନୋଦିନୀଙ୍କୁ ଯାଜପୁର ମେଡିକାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମୃତଦେହ ରଖିଛନ୍ତି । କ୍ଷତିପୂରଣ ସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

You Can Read:

ବଡ଼ ଧରଣର ମାଓ ବିରୋଧୀ ଅପରେସନ : ଭାଙ୍ଗିଲେ ମାଓବାଦୀଙ୍କ ସହିଦ ସ୍ତମ୍ଭ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.