କାମାକ୍ଷାନଗର ୪।୫: ଢେଙ୍କାନାଳ ବନଖଣ୍ଡ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଇରାନାଳୀ ଗାଁ ନିକଟରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ମହିଳାଙ୍କୁ ଦଳିଦେଇଛି ଦନ୍ତା । ଗୁରୁତର ମହିଳା ଜଣଙ୍କ ଦିଘି ପଞ୍ଚାୟତ ଅନ୍ତର୍ଗତ କଇରାନାଳୀ ଗାଁର ରଜନୀ ରାଉତ । ରଜନୀ ଗାଁର ଅନ୍ୟ ଜଣେ ମହିଳାଙ୍କ ସହିତ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ହଠାତ୍ ଦନ୍ତା ହାତୀଟି ଆକ୍ରମଣ କରିଥିଲା ।
ସ୍ଥାନୀୟ ଲୋକଙ୍କ ସହଯୋଗରେ ରଜନୀଙ୍କୁ ପ୍ରଥମେ ଜିରାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସେଠାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।
You Can Read:
ନୋଟିସ୍ ପରେ ହାଜର ହେଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର