ଛିଡ଼ିଲାନି ଭାଗବଣ୍ଟା, ମହିଳାଙ୍କୁ ଟାଙ୍ଗିଆରେ ହାଣି କଲେ ହତ୍ୟା

Published By : Prameya-News7 Bureau | March 22, 2025 IST

ମାଥିଲି ୨୨।୩: ପୋଖରୀରେ ଧରିଥିବା ମାଛ ଭାଗବଣ୍ଟାକୁ ନେଇ ମହିଳାଙ୍କୁ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଥିଲି ବ୍ଳକ ମହୁପଦର ଗ୍ରାମରେ । ଗ୍ରାମର ଡମୁ ଦୁରୁଆ ଏବଂ ଲକ୍ଷ୍ମୀ କଲାର ମିଶି ପୋଖରୀରେ ମାଛ ଧରିଥିଲେ । ତେବେ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ଧରିଥିବା ମାଛ ବଣ୍ଟା କଲାବେଳେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ  ହୋଇ ଡମୁ ଏକ ଟାଙ୍ଗିଆରେ ଲକ୍ଷ୍ମି କଲାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଅଭିଯୁକ୍ତ ଡମୁ ଦୁରୁଆକୁ ପୋଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ମୃତ ଲକ୍ଷ୍ମି କଲାରଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ମାଥିଲି ପୋଲିସ । 

You Can Read:

ଆନନ୍ଦପୁରରେ କାଳବୈଶାଖୀ ଉଡାଇନେଲା ଚାଳ ଛପର, ଭାଙ୍ଗିଗଲା ବିଦ୍ୟୁତ ଖୁଣ୍ଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.