କଟକ ୧୦।୧୧: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ କଟକ ଡିସିପିଙ୍କୁ ଭେଟିଲା ମହିଳା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି । କମିଟି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ସମସ୍ତ ସଦସ୍ୟ ଡିସିପିଙ୍କୁ ଭେଟି ଏହି ଘଟଣାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି କମିଟି । ପୀଡ଼ିତାଙ୍କ ଏତଲା ନରଖି ବିଭିନ୍ନ ଥାନା ବୁଲାଇବାକୁ ନେଇ ଅସନ୍ତୋଷ ପ୍ରକାଶ କଲା ଟିମ୍ । ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କଲା ଟିମ୍ । ଏହାବ୍ୟତୀତ ମହିଳା ସୁରକ୍ଷାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ।
ଏହାସହ ପୁରୀଘାଟ ଥାନା ଅଞ୍ଚଳରେ ଥିବା କାଫେକୁ ଟିମ୍ ପକ୍ଷରୁ ପରିଦର୍ଶନ କରାଯାଇଛି । ବେଆଇନ ଭାବେ ହୁକ୍କା ବାର୍ ଚାଲିଥିବା ନେଇ ଅଭିଯୋଗ କରିଛି ଟିମ୍ । ଏହାବ୍ୟତୀତ ଯେଉଁ କାଫେରେ ଏହି ଘଟଣା ଘଟିଛି ତାହା ଏକ ବିଜେପି କର୍ମକର୍ତ୍ତାଙ୍କ ଘର । ଏହାସହ ଯେଉଁଠି ଘଟଣା ଘଟିଛି ତାହା ୨୬ ନମ୍ବର ୱାର୍ଡ଼ । ଏଥିରେ ବିଜେପି ନେତା ମାନଙ୍କର ସମ୍ପୃକ୍ତି ରହିଛି, ତେଣୁ ଏମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଟିମ୍ ଦାବି କରିଛି । ଏଥିପାଇଁ ସରକାର ହିଁ ଦାୟୀ । ଯଦି ଦେଖିବା ବିଜେପି ସରକାର ଆସିବା ପରେ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ତେଣୁ ଏହାକୁ ବିଜେଡି କେବେବି ବରଦାସ୍ତ କରିବନି । ଶୀଘ୍ର ପୀଡିତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ମହିଳା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।
You Can Read:
୧୪ ଦିନିଆ ବିଦେଶ ଗସ୍ତରୁ ଫେରିଲେ ବାଚସ୍ପତି ସୁରମା ପାଢ଼ୀ