ସେତୁ ନିର୍ମାଣ ଚାଲିଥିବା ବେଳେ ବିସ୍ଫୋରଣ : ଶ୍ରମିକଙ୍କ ମୃତ୍ୟୁ, ଜଣେ ଗିରଫ

Published By : Prameya-News7 Bureau | April 16, 2025 IST

ଭଞ୍ଜନଗର ୧୬।୪ସେତୁ ନିର୍ମାଣ କାମ ଚାଲିଥିବା ବେଳେ ଅଘଟଣ । ପଥର ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଜାଲଖାଇ ନିକଟ ବଡ଼ ନଦୀ ଉପରେ ଚାଲିଥିବା ସେତୁ ନିର୍ମାଣ ସ୍ଥଳରେ ପଥର ବିସ୍ଫୋରଣ ଘଟି ମଙ୍ଗଳବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଆନ୍ଧ୍ରପ୍ରଦେଶ ରାଜ୍ୟ ଆମ୍ବେଦକର କନସିମା ଜିଲ୍ଲା ଅଧିନ ଚଲାବେରୁ ଡି.ଚିନ୍ନା ନାରାୟଣ ମୂର୍ତ୍ତି ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଚିନ୍ନା ନାରାୟଣ କିଛିଦିନ ଧରି ଶ୍ରମିକ ଭାବରେ ଏଠାରେ କାମ କରୁଥିଲେ । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସେତୁର କଲମ ଖୋଳା ବେଳେ ଏହି ବିସ୍ଫୋରକ ବ୍ୟବହାର ହେଉଥିଲା l

You Can Read:

ତେଜିଲା ମେଣ୍ଡାକୁ ନୂତନ ବ୍ଲକ ଘୋଷଣା ଦାବି, ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ

 

  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.